fbpx
BSKY SKY
BSKY SKY

ପ୍ରେମିକା ଦେଲା ଭୟଙ୍କର Love Bite: ଚାଲିଗଲା ବୟଫ୍ରେଣ୍ଡର ଜୀବନ, ଜାଣନ୍ତୁ କାହିଁକି

BSKY

ନୂଆଦିଲ୍ଲୀ: ଅଧିକାଂଶ ପ୍ରେମୀଯୁଗଳ ସାଥୀଙ୍କୁ ଲଭ ବାଇଟ ଦେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଲଭ୍ ବାଇଟ ଖୁବ ଭୟଙ୍କର ହୋଇପାରେ,ଏମିତିକି ଏହି ଲଭ ବାଇଟ ଆପଣଙ୍କ ଜୀବନ ବି ନେଇପାରେ । ଏମିତି ଏକ ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ପ୍ରେମିକାର ଲଭ୍ ବାଇଟ ଯୋଗୁଁ ପ୍ରାଣ ହରାଇଛନ୍ତି ବୟଫ୍ରେଣ୍ଡ । ଏହି ଲଭ ବାଇଟ ପରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ଖୁବ ଆଲୋଚନା ହେବାରେ ଲାଗିଛି ।

ଘଟଣାଟି ଖୁବ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ, କିନ୍ତୁ ଏହା ସତ । କିଛି ବର୍ଷ ତଳେ ଏହି ଲଭ୍ ବାଇଟ ଯୋଗୁଁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଏହି ମାମଲାଟି ହେଉଛି ମେକ୍ସିକୋ ସିଟିର । ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡଙ୍କୁ ଜୋରଦାର ଲଭ ବାଇଟ ଦେଇଥିଲେ । ଯାହା ଫଳରେ ଯୁବକଙ୍କୁ ଷ୍ଟ୍ରୋକ ହୋଇ ଯାଇଥିଲା । ଖୁବ ଜୋରରେ ଲଭ ବାଇଟ କରିବାରୁ ଯୁବକଙ୍କ ବ୍ଲଡରେ କ୍ଲଟ ସୃଷ୍ଟି ହୋଇଥିଲା ଏବଂ ଏହା ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଫଳରେ ଯୁବକ ଜଣକ ପ୍ରାଣ ହରାଇଛନ୍ତି ।

ସୂଚନା ଥାଉ କି, ଯଦି କେହି ବ୍ୟକ୍ତି ଆପଣଙ୍କୁ ସମ୍ବେଦନଶୀଳ ଅଙ୍ଗକୁ କାମୁଡି ଦିଅନ୍ତି, ତେବେ ଏହା ଦ୍ୱାରା ଚର୍ମର ବ୍ଲଡ ବେସିଲଗୁଡିକ ଫାଟି ଯାଇଥାଏ । ଏଥିପାଇଁ ଲଭ ବାଇଟ ଦିଆ ଯାଇଥିବା ସ୍ଥାନ ଗୁଡିକ ଲାଲ୍ ପଡିଯାଏ । ତେବେ ସେଥିପାଇଁ ଯୁବକଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇ ଯାଇଛି । ତେବେ କେବଳ ଏି ମାମଲା ନୁହେଁ, ଏଭଳି ଲଭ ବାଇଟ ଯୋଗୁଁ ମୃତ୍ୟୁର ଅନେକ ମାମଲା ସାମନାକୁ ଆସିଛି ।

ସାଇଡ ଇଫେକ୍ଟ: ସ୍କିନରେ ଲମ୍ବା ସମୟ ପର୍ଯ୍ୟନ୍ତ ଏହାର କ୍ଷତ ରହିପାରେ । ଏହାଦ୍ୱାରା ଅନେକ ଚର୍ମ ରୋଗ ମଧ୍ୟ ହୋଇପାରେ । ଯଦି କୌଣସି ବ୍ୟକ୍ତିଙ୍କୁ ଚର୍ମଜନିତ ସଂକ୍ରମଣ ରୋଗ ଥାଏ, ଏହା ପାର୍ଟନରଙ୍କୁ ସଂକ୍ରମିତ ହୋଇପାରେ । କିଛି ଲୋକଙ୍କୁ ଆଇରନର ଅଭାବରୁ ରକ୍ତ ସଞ୍ଚାଳନ ଭଳି ସମସ୍ୟା ହୋଇପାରେ ଏବଂ ଏମାନଙ୍କୁ ଲଭ୍ ବାଇଟ୍ ଖୁବ ସମସ୍ୟାରେ ପକାଇପାରେ । ଏହାବ୍ୟତୀତ ଚର୍ମରୋଗ ସଂକ୍ରମଣ ଭଳି ସମସ୍ୟା ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ।

Get real time updates directly on you device, subscribe now.