ଗର୍ଭବତୀ ସମୟରେ ମାଆଙ୍କୁ ଦିଅନ୍ତୁ ଏହି 5 ଖାଦ୍ୟ, ପିଲା ହେବ ଶକ୍ତିଶାଳୀ ଆଉ ଚାଲାକ
ଗର୍ଭାବସ୍ଥାରେ ହିଁ ଶିଶୁର ମାନସିକ ବିକାଶ ଆରମ୍ଭ ହୁଏ, ତେଣୁ ସେହି ସମୟରେ ମାଆ ଏପରି ଜିନିଷ ଖାଇବା ଉଚିତ ଯାହା ପୋଷକରେ ଭରପୂର ହୋଇଥିବ
ଓଡିଶା ଭାସ୍କର: ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭ ଧାରଣ କରିବା ଏକ ବହୁତ ବଡ ଖୁସିର କଥା ହୋଇଥାଏ। କିନ୍ତୁ ଏହା ଯେତିକି ସୁଖ ଦିଏ ସେତିକି ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ। ଏହି ସମୟରେ ଜଣେ ମାଆ ନିଜ ପାଇଁ ନୁହେଁ ବରଂ ଛୁଆ ପାଇଁ ବଞ୍ଚେ। ତେଣୁ ଛୁଆର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ମାଆର ଖାଇବା ପିଇବା ପ୍ରତି ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଗର୍ଭାବସ୍ଥାରେ ହିଁ ଶିଶୁର ମାନସିକ ବିକାଶ ଆରମ୍ଭ ହୁଏ। ଜନ୍ମ ହେବା ମାତ୍ରେ ପିଲାର ସ୍ୱାସ୍ଥ୍ୟ ଶକ୍ତ ଏବଂ ମଜବୁତ ହୁଏ। ତେଣୁ ଗର୍ଭାବସ୍ଥା ସମୟରେ ମାଆ ଏପରି ଜିନିଷ ଖାଇବା ଉଚିତ ଯାହା ପୋଷକରେ ଭରପୂର ହୋଇଥିବ। ତେବେ ପିଲାକୁ ସୁସ୍ଥ ରଖିବା ପାଇଁ ମାଆ କେଉଁ ଜିନିଷ ଖାଇବା ଉଚିତ ଆସନ୍ତୁ ଜାଣିବା।
ଆଲମଣ୍ଡ: ଆଲମଣ୍ଡରେ ପ୍ରଚୁର ପରିମାଣର ପ୍ରୋଟିନ୍, ଭିଟାମିନ୍ ଏବଂ ଓମେଗା ୩ ଫ୍ୟାଟି ଏସିଡ୍ ରହିଥାଏ, ଯାହା ପିଲାର ମାନସିକ ବିକାଶରେ ସାହାଯ୍ୟ କରେ।
ଅଖରୋଟ୍: ବିଶେଷଜ୍ଞଙ୍କ ମତରେ, ଗର୍ଭାବସ୍ଥାରେ ଅଖରୋଟ୍ ଖାଇବା ଲାଭଦାୟକ ହୋଇଥାଏ। ଏଥିରେ ମଧ୍ୟ ପ୍ରୋଟିନ, ଭିଟାମିନ୍ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ରହିଛି। ଯାହା ପିଲାର ମାନସିକ ବିକାଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ଅଖରୋଟ୍ ଖାଇବା ଦ୍ୱାରା ପିଲାର ମସ୍ତିଷ୍କ ତୀକ୍ଷ୍ଣ ହୁଏ।
ଅଣ୍ଡା: ଗର୍ଭବତୀ ମହିଳାମାନେ ଅଣ୍ଡା ଖାଇବା ଉଚିତ। ଅଣ୍ଡା ପ୍ରୋଟିନର ଏକ ଭଲ ଉତ୍ସ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ D ରହିଛି, ଯାହା ମାନସିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଣ୍ଡା ଗର୍ଭସ୍ଥ ଶିଶୁର ମସ୍ତିଷ୍କର ବିକାଶରେ ସାହାଯ୍ୟ କରେ। ଏହା ସହିତ, ସ୍ମୃତିଶକ୍ତିକୁ ମଧ୍ୟ ବୃଦ୍ଧି କରେ।
ପାଳଙ୍ଗ: ଗର୍ଭାବସ୍ଥାରେ ସବୁଜ ପନିପରିବା ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ପାଳଙ୍ଗ ଶାଗ। ପ୍ରକୃତରେ, ପାଳଙ୍ଗରେ ପ୍ରୋଟିନ୍, ଭିଟାମିନ୍, ଫାଇବର ଏବଂ ମିନେରାଲ୍ସ ଥାଏ, ଯାହା ଶିଶୁର ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ। ପାଳଙ୍ଗ ଶାଗ ଆଖିପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ।
କଖାରୁ ମଞ୍ଜି: ଗର୍ଭାବସ୍ଥାରେ କଖାରୁ ମଞ୍ଜି ଖାଇବା ଉଚିତ। କଖାରୁ ମଞ୍ଜି ଖାଇବା ଦ୍ୱାରା ଶରୀରକୁ ଅଧିକ ପ୍ରୋଟିନ୍ ମିଳିଥାଏ। ପ୍ରକୃତରେ, କଖାରୁ ମଞ୍ଜିରେ ଭରପୂର ଜିଙ୍କ୍ ଥାଏ, ଯାହା ପିଲାର ମାନସିକ ବିକାଶ ପାଇଁ ଆବଶ୍ୟକ।