fbpx

ପିଲାଙ୍କୁ ଦେଉଛନ୍ତି କି Non-Veg Tiffin? ସ୍କୁଲରୁ ନାମ କାଟି ଦେଉଛନ୍ତି ‘ସାର୍’! ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ପୂର୍ବ ସମୟରେ ନନ୍-ଭେଜ୍ ଖାଦ୍ୟକୁ ନେଇ ଅନେକ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଭେଦଭାବ ରହିଥିଲା । କିନ୍ତୁ ଜେନ୍ ଏକ୍ସରେ ଏହାକୁ ନେଇ କୌଣସି ନିଷିଦ୍ଧାଦେଶ ରହିନାହିଁ । ଯେ କେହି ନିଜ ଇଚ୍ଛା ମୁତାବକ ନନ୍-ଭେଜ୍ ବା ଆମିଷ ଖାଦ୍ୟ ଖାଇପାରିବ । କିନ୍ତୁ ଯଦି ଏହି ନିୟମ ସ୍କୁଲରେ ଲାଗୁ ହୁଏ କିମ୍ବା ନନ୍-ଭେଜ୍ ଖାଦ୍ୟ ପାଇଁ ସ୍କୁଲରୁ ଜଣେ ବିଦ୍ୟାର୍ଥୀଙ୍କ ନାମ କାଟି ଦିଆଯାଏ, ତେବେ ଏହାକୁ ବିଶ୍ୱାସ କରିବା ସମ୍ଭବ ହେବନାହିଁ । କିନ୍ତୁ ଏହି ମାମଲା ସତ ।

ମଣିଷ ନିଜ ରୁଚି ଅନୁସାରେ ଖାଦ୍ୟ ଖାଇଥାନ୍ତି । ଗୋଟିଏ ଘରେ ବା ପରିବାରରେ ସମସ୍ତ ସଦସ୍ୟଙ୍କ ପସନ୍ଦ ମଧ୍ୟ ଭିନ୍ନ ହୋଇଥାଏ । କିଛି ଲୋକ ନିରାମିଷ ଖାଇବାକୁ ପସନ୍ଦ କରନ୍ତି ତ କିଛି ଲୋକଙ୍କ ଆମିଷ ଭକ୍ଷଣ କରିବା ପାଇଁ ଭଲ ଲାଗେ । କିନ୍ତୁ ସ୍କୁଲ ଦେଶର ସଂସ୍କୃତିକୁ ପିଲାମାନଙ୍କ ପାଖରେ ପହଞ୍ଚାଇଥାଏ । ପିଲାଙ୍କ ମନରେ ଭେଦଭାବ ଦୂର କରିବା ପାଇଁ ସ୍କୁଲରେ ତାଲିମ୍ ଦିଆଯାଏ । କିନ୍ତୁ ଅମରୋହା ଅଞ୍ଚଳରେ ଏକ ଅଜବ ଘଟଣା ଦେଖାଯାଇଛି । ଟିଫିନ୍ ବକ୍ସରେ ନନ୍-ଭେଜ୍ ଖାଦ୍ୟ ଦେଖିବା ପରେ ସ୍କୁଲରୁ ପିଲାଙ୍କ ନାମ କାଟି ଦିଆଯାଇଛି ।

ସସପେଣ୍ଡ କରାଯାଇଥିବା ଛାତ୍ରଜଣଙ୍କ ମୁସଲମାନ ବୋଲି ଜାଣିବାକୁ ମିଳିଛି । ତେବେ ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସ୍କୁଲର ପ୍ରିନ୍ସିପାଲ ଛାତ୍ରଙ୍କ ମାଆଙ୍କୁ କହିଛନ୍ତି ଯେ, “ଆମେ ଏଭଳି ଛାତ୍ରକୁ ସ୍କୁଲରେ ପାଠ ପଢାଇବୁ ନାହିଁ, ଯିଏ କି ବଡ ହୋଇ ଆମ ସ୍କୁଲ ହିଁ ଭାଙ୍ଗିବ । ତେବେ ଭିଡିଓ ଭାଇରାଲ ହେବା ପରେ ପ୍ରିନ୍ସିପାଲଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି ।”

ସେହିପରି କିଛି ଦିନ ତଳେ ନୋଏଡାର ଏକ ସ୍କୁଲରେ ମଧ୍ୟ ଏକ ପିଲାକୁ ଟିଫିନରେ ନନ୍-ଭେଜ୍ ଆଣିବାକୁ ମନା ହୋଇଥିଲା । ଏ ନେଇ ପଚାରିବାରୁ ସ୍କୁଲ ତରଫରୁ କୁହାଯାଇଛି ଯେ, କୌଣସି ପିଲାର ନନ୍-ଭେଜ୍ ଟିଫିନ୍ ଖାଇ ତାଙ୍କ ପିଲା ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ ହୋଇଥିଲା । ତେଣୁ ନନ୍-ଭେଜ୍ ଟିଫିନ୍ ଆଣିବା ପାଇଁ ସ୍କୁଲ ତରଫରୁ ମନା ହୋଇଥିଲା ।

Get real time updates directly on you device, subscribe now.