ନୂଆଦିଲ୍ଲୀ: ନୂଆବର୍ଷ ଅବସରରେ ଅନ୍ୟ ଦେଶର ପର୍ଯ୍ୟଟନ ସ୍ଥଳକୁ ଭ୍ରମଣ କରିବାକୁ ଚାହୁଁଥିବା ଯାତ୍ରୀକୁ କରୋନା କଟକଣା ହତାଶ କରିଛି । ଚଳିତ ବର୍ଷ ମଧ୍ୟ ଅନ୍ୟ ଦେଶକୁ ଯାତ୍ରା କରିବା ଉପରେ କଟକଣା ଲଗାଯାଇଛି । କୋଭିଡ୍ ର ନୂତନ ଭାରିଆଣ୍ଟ୍ ଯାତ୍ରା କରିବା ଉପରେ ପ୍ରତିବନ୍ଧକ ସାଜିଛି । କାରଣ ରବିବାର ଦିନ ସଂକ୍ରମଣ ବଢ଼ୁଥିବା ଯୋଗୁଁ ପ୍ରାୟ ୪୦୦୦ ଫ୍ଲାଇଟ୍ କୁ ବାତିଲ କରିଦିଆଯାଇଛି । ଏଥିରୁ ଅଧାରୁ ଅଧିକ କେବଳ ଆମେରିକାରେ ହିଁ ବାତିଲ କରାଯାଇଛି ।
ଓମିକ୍ରନର ବଢ଼ୁଥିବା ପ୍ରକୋପ ପୁରା ବିଶ୍ୱରେ ପୁଣିଥରେ ଦେଖିବାକୁ ମିଳିଛି । ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରର ସ୍ଥିତିକୁ ଦୋହଲାଇ ଦେଇଛି । କୋଭିଡ୍ ର ନୂତନ ଭାରିଆଣ୍ଟ ଓମିକ୍ରନ୍ ଏଯାବତ୍ ୧୦୦ରୁ ଅଧିକ ଦେଶରେ ବ୍ୟାପିସାରିଲାଣି । ଖାସ୍ କରି ବ୍ରିଟେନ୍, ଆମେରିକା, ୟୁକେ, ଦକ୍ଷିଣ ଆଫ୍ରିକା ଆଦି ଦେଶରେ ଓମିକ୍ରନର ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଛି । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷ ରୁ ବାରମ୍ବାର ଚେତାବନୀ ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ତେଣୁ ଏହାର ଡରରେ ପ୍ରାୟ ୪ହଜାର ଫ୍ଲାଇଟ୍ ବାତିଲ କରିଦିଆଯାଇଛି । ଏଥିରୁ ଅଧାରୁ ଅଧିକ କେବଳ ଆମେରିକାର ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ରବିବାର ରାତି ୮ଟା ସୁଦ୍ଧା ବାତିଲ କରାଯାଇଥିବା ଫ୍ଲାଇଟ୍ ମଧ୍ୟରୁ ୨୪୦୦ରୁ ଅଧିକ ଫ୍ଲାଇଟ୍ ସଂଯୁକ୍ତ ରାଷ୍ଟ୍ର ଆମେରିକାକୁ ଆସିବାର ଓ ଯିବାର ଥିଲା । ଖାଲି ସେତିକି ନୁହେଁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବାର ଠାରୁ ପ୍ରାୟ ୧୧ହଜାର ୨୦୦ ଫ୍ଲାଇଟ୍ ବିଳମ୍ବ ହୋଇଛି ।