fbpx
BJD SKY
BJD SKY

(Video) ମୁଁ ବି ଫୁଟବଲ ଖେଳିପାରିବି, ମୋତେ କ’ଣ ଭାବୁଛ କି, ଦେଖ ମୁଁ କେମିତି ହେଡର ମାରୁଛି

BJD

ନୂଆଦିଲ୍ଲୀ: ବର୍ତ୍ତମାନ ହେଉଛି ସୋସିଆଲ ମିଡ଼ିଆର ଜମାନା । ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କର ବିଭିନ୍ନ ହରକତ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଛେଳିକୁ ସାଧାରଣ ଭାବେ ଅନେକ ଲୋକ ଏକ ନିରୀହ ପଶୁ ଭାବେ ବିଚାରିଥାନ୍ତି । ମାତ୍ର ଏକଥା ସମ୍ପୂର୍ଣ୍ଣ ଭୁଲ୍ । ନିକଟରେ ଏକ ଛେଳିର ଖେଳୁଆଡ଼ ପ୍ରତିଭା ପ୍ରସ୍ଫୁଟିତ ହୋଇଛି । ଏକ ଛେଳି ବିଭିନ୍ନ ଭଙ୍ଗୀରେ ଫୁଟବଲ ଖେଳୁଥିବା ଦେଖାଯାଉଛି ।

ଗୋଟିଏ ପଟେ କତାରରେ ଫିଫା ବିଶ୍ୱକପ ୨୦୨୨ ଚାଲିଥିବା ବେଳେ ଏହି ସମୟରେ ଛେଳିଟିଏ ମଧ୍ୟ ନିଜର ଫୁଟବଲ ପ୍ରତିଭା ଦେଖାଇଛି । ଜଣେ ଯୁବକଙ୍କ ସହିତ ଛେଳି ଫୁଟବଲ ଖେଳୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଯୁବକ ଜଣଙ୍କ ଛେଳି ଆଡ଼କୁ ଫୁଟବଲ ଫୋପାଡ଼ୁଛନ୍ତି । ଏହି ସମୟରେ ଛେଳିଟି ଦୁଇ ଗୋଡ଼ରେ ଛିଡ଼ା ହୋଇ ବଲକୁ ରୋନାଲଡୋ, ମେସିଙ୍କ ପରି ହେଡ୍ ମାରୁଛି ।

ତେବେ ଛେଳିର ଭିଡିଓ କୌଣସି ଷ୍ଟାର ଫୁଟବଲଙ୍କ ଶଟଠାରୁ କମ୍ ନୁହେଁ ବୋଲି ଅନେକ ମନ୍ତବ୍ୟ ଦେଇଛନ୍ତି । ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲରେ ଜଣେ ୟୁଜର ଶେୟାର କରିଛନ୍ତି । ୧୪ ସେକେଣ୍ଡର ଏହି ଭିଡିଓକୁ ୟୁଜର୍ସ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି । ଶେୟାର ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ୧୫ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି । ଭିଡିଓ ଦେଖିବା ପରେ ୟୁଜର୍ସଙ୍କ ପକ୍ଷରୁ ଶହ ଶହ ମଜାଳିଆ କମେଣ୍ଟ ଆସୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଟି କେଉଁଠୁ ଆସିଛି ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

Get real time updates directly on you device, subscribe now.