fbpx

ଇଦ୍ ଉଲ୍ ଆଜହା ପାଇଁ ଆସିଥିଲା ୬୦ ଲକ୍ଷ ଟଙ୍କାର ଛେଳି; କାର୍‌ରେ ପୁରାଇ ନେଇଗଲେ ଚୋର

Advertisement

ନୂଆଦିଲ୍ଲୀ: ଦିଲ୍ଲୀର ୱାଜିରାବାଦରୁ ଆସିଛି ଏକ ଅଜବ ଖବର। ୬୦ ଲକ୍ଷ ଟଙ୍କାର ଛେଳିଙ୍କୁ କାର୍‌ରେ ପୁରାଇ ନେଇଗଲେ ଚୋର। ଏହି ସବୁ ଛେଳି ଇଦ୍ ଉଲ୍ ଆଜହାରେ କୁର୍ବାନ ପାଇଁ ଆସିଥିଲେ। ଗୋଟିଏ ଛେଳିର ମୂଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଉତ୍ତର ଦିଲ୍ଲୀର ୱାଜିରାବାଦ ଅଞ୍ଚଳରେ ଛେଳି ଚୋରିର ଏହି ଅଜବ ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଏହି ଛେଳିଗୁଡ଼ିକର ମୂଲ୍ୟ ଜାଣିବା ପରେ। ଏବେ ଏହି ଘଟଣାକୁ ଅଧିକ ଗୁରୁତ୍ବ ଦିଆଯାଇଛି।

ସିସିଟିଭି ଫୁଟେଜରୁ ଜଣା ପଡ଼ିଛି ଯେ କିପରି ଅନ୍ଧାର ରାତିରେ ଚୋରମାନେ ପ୍ରଥମେ ଆସି ଏକ ଘରର ତାଲା କାଟୁଛନ୍ତି। ଏହାପରେ ଚୋରମାନେ ଗୋଟେ ଗୋଟେ ଛେଳି ନେଇ ଯାଉଛନ୍ତି। ଆଉ କିଛି ସମୟ ପରେ ପୁଣି ଚୋରମାନେ ଫେରି ଆସି କୋଠରୀରୁ ଆଉ ୪ଟି ଛେଳି ଚୋରି କରି ନେଇଥିଲେ। ଆଜି ଭୋର ପ୍ରାୟ ୪ଟା ବେଳେ ପୂରା ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଚୋରମାନେ ଏକ କାର୍ ମଧ୍ୟ ଆଣିଥିଲେ, ଯାହା ରାସ୍ତା ଭିତରକୁ ଆସି ପାରିନଥିଲା।

ତେଣୁ ବାଧ୍ୟ ହୋଇ ଚୋରମାନେ ରାସ୍ତା ବାହାରେ ଛିଡ଼ା ହୋଇଥିଲେ। ଏହି ସିସିଟିଭି ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ଚୋରି ହୋଇଥିବା ପ୍ରତ୍ୟେକ ଛେଳିର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୀଡ଼ିତା କହିଛନ୍ତି। ତେବେ ପୀଡ଼ିତାଙ୍କ କହିବା ଅନୁଯାୟୀ, ଛେଳି ଇଦ୍ ଉଲ୍ ଆଜହା ପାଇଁ ଅଣାଯାଇଥିବା ୩୦ଟି ଛେଳି ଚୋରି ହୋଇଥିଲା।

 

 

Get real time updates directly on you device, subscribe now.