fbpx

ଭଗବାନଙ୍କ ଅପାର ଲୀଳା ….. ୬ ମିନିଟରେ ୩ପିଲାଙ୍କୁ ଜନ୍ମ ଦେଲେ ଏହି ମହିଳା

Advertisement

ଓଡ଼ିଶା ଭାଷ୍କର : ଆପଣ ମାନେ ଆଗରୁ ଶୁଣି ଥିବେ ଯେ ସାଧାରଣତଃ ମହିଳା ମାନେ ଏକାଥରରେ ଗୋଟିଏ କିମ୍ବା ଦୁଇଟି ଛୁଆକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ମହିଳା ଏକାଥରକେ ୩ଟି ଛୁଆକୁ ଜନ୍ମ ଦେବାର ? ହଁ, ଏଭଳି ଏକ ବିଚିତ୍ର ଘଟଣା ଉତ୍ତରପ୍ରଦେଶରୁ ଆସିଛି ।

ଜଣେ ମହିଳା ପ୍ରସବ ପୀଡା ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ମହିଳା ଜଣଙ୍କ ଗୋଟିଏ ପରେ ଗୋଟିଏ କରି ୩ଟି ଛୁଆକୁ ଜନ୍ମ ଦେଇଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ଯେ, ପ୍ରସୂତ ମହିଳା ଜଣକ ୬ ମିନିଟ ମଧ୍ୟରେ ୩ଟି ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।

ସୂଚନା ଅନୁସାରେ, କାସଗଞ୍ଜ ସହାବର ବିକାସଖଣ୍ଡ ଅଞ୍ଚଳ ତାଲୀ ଗାଁ ନିବାସୀ ଅଶୋକ କୁମାରର ୩୨ ବର୍ଷିୟ ପତ୍ନୀ ଗୋମତୀ ଦେବୀଙ୍କର ମଙ୍ଗଳବାର ଦିନ ପ୍ରସବ ଯନ୍ତ୍ରଣା ହୋଇଥିଲା । ସେତେବେଳେ ପରିବାର ଲୋକେ ତାଙ୍କୁ ନେଇ ସହାବର ସିଏଚସି ହସ୍ପିଟାଲ ପହଞ୍ଚିଥିଲେ । ଏହାପରେ ପ୍ରସୂତ ମହିଳା ଗୋଟିଏ ପରେ ଗୋଟିଏ କରି ୬ ମିନିଟରେ ୩ଟି ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସିଏଚସିର ଡା. ମଶକୁର ଆଲମ କହିଲେ ଯେ, ମହିଳା ଏବଂ ୩ଟି ଛୁଆ ସମସ୍ତେ ସୁସ୍ଥ ଅଛନ୍ତି ।

 

Get real time updates directly on you device, subscribe now.