ଟ୍ରମ୍ପଙ୍କ ଶୁଳ୍କ ଲାଗୁ ସତ୍ତ୍ୱେ ସୁନା-ରୂପା ଦରରେ ଲାଗିଲା ବ୍ରେକ୍, ହୋଇଗଲା ଶସ୍ତା

କମିଗଲା ସୁନା-ରୂପା ଦାମ୍।

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର।  ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍ ଲାଗୁ ସତ୍ତ୍ୱେ ମଧ୍ୟ କମିଲା ସୁନା ରୂପା ଦର।  କିଛି ଦିନ ହେବ ସୁନା ରୂପା ଦର ହୁ ହୁ ହୋଇ ବଢୁଥିବା ବେଳେ ଏବେ କିନ୍ତୁ ଟିକେ ଆଶ୍ୱସ୍ତିକର ଖବର ଆସିଛି। ଦର ବୃଦ୍ଧିରେ ବ୍ରେକ୍ ଲାଗିଛି।

ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି। ସୁନା ପ୍ରତି ୧୦ ଗ୍ରାମ୍ ପିଛା ୧୦୦୦ ଟଙ୍କା ହ୍ରାସ ପାଇ ୧,୦୬,୦୭୦ ଟଙ୍କାରେ ପହଞ୍ଚିଛି।

ଯଦି ଦେଖିବା ସୁଦ୍ଧ ସୁନା ବୁଧବାର ଦିନ ୧୦ ଗ୍ରାମ ପିଛା ୧,୦୭,୦୭୦ ଟଙ୍କା ଥିଲା। କିନ୍ତୁ ଏବେ ଏଥିରେ ୧୦୦୦ ଟଙ୍କା ହ୍ରାସ ହୋଇ ୧,୦୬,୦୭୦ ଟଙ୍କାରେ ପହଞ୍ଚିଛି.

ସେହିପରି ୨୨ କ୍ୟାରେଟ୍ ସୁନାରେ ମଧ୍ୟ ୧୦ ଗ୍ରାମ ପିଛା ୧୦୦୦ ଟଙ୍କା ହ୍ରାସ ପାଇ ୧,୦୫,୨୦୦ରେ ପହଞ୍ଚିଛି। ଯାହା ଦିନକ ପୂର୍ବରୁ ୧,୦୬,୨୦୦ଟଙ୍କା ଥିଲା।

ରୂପା ମଧ୍ୟ ଶସ୍ତା: ସୁନା ପରି ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ରୂପା ଦରରେ ୫୦୦ ଟଙ୍କା ହ୍ରାସ ହୋଇ କିଲୋ ପିଛା ୧,୨୫,୬୦୦ ଟଙ୍କାରେ ପହଞ୍ଚିଛି। ଯାହାର ବୁଧବାର ଦିନ ମୂଲ୍ୟ ଥିଲା ୧,୨୬,୧୦୦ ଟଙ୍କା।