ଲଗାତାର ୩ ଦିନ ହେବ ବଢ଼ି ଚାଲିଛି ସୁନା ଦର, ଏବେ ରହିଛି ଶୁଦ୍ଧ ସୁନାର ଏତିକି ରେଟ୍

ନୂଆଦିଲ୍ଲୀ: ଆଜି ଲଗାତାର ତୃତୀୟ ଦିନ ପାଇଁ ସୁନା ମୂଲ୍ୟ ବୃଦ୍ଧି ପାଇଛି। ଗୁରୁବାର ଦିନ ଦିଲ୍ଲୀ ବୁଲିଆନ ବଜାରରେ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୪୫୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୯୯,୬୨୦ ଟଙ୍କାରେ ପହଞ୍ଚିଛି।

ବୁଧବାର ଏହାର ମୂଲ୍ୟ ୫୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୯୯,୧୭୦ ଟଙ୍କା ହୋଇଥିଲା।  ଯେତେବେଳେ ମଙ୍ଗଳବାର ସୁନା ୧୨୦୦ ଟଙ୍କା ବୃଦ୍ଦି ପାଇ ପ୍ରତି ୧୦ ଗ୍ରାମ ୯୮, ୬୭୦ ଟଙ୍କା ହୋଇଥିଲା।

ଏହା ବ୍ୟତୀତ ଆଜି ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ମଧ୍ୟ ୪୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୯୯,୦୦୦ ଟଙ୍କାରେ ପହଞ୍ଚିଛି।