fbpx

ସୁନାଖଣିରେ ବଡ଼ ଅଘଟଣ: ଭୁଶୁଡ଼ିଲା ସୁଡ଼ଙ୍ଗ, ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବ ତାହା କେହି କହିପାରିବେ ନାହିଁ । ଏହା ମଧ୍ୟରେ ଏକ ସୁନାଖଣିରେ ଅଚାନକ ଏକ ବଡ଼ଧରଣର ଦୁର୍ଘଟଣା ଘଟିବା ସହିତ ୭୦ରୁ ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଛି । ଆଫ୍ରିକୀୟ ଦେଶ ମାଲୀରୁ ଆସିଛି ଏଭଳି ଏକ ବଡ଼ ଦୁର୍ଘଟଣାଜନିତ ଖବର । ତେବେ ଖଣି ଭିତରେ ୨୦୦ ଲୋକ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଏକ ରିପୋର୍ଟରେ କୁହାଯାଇଛି ।

ମାଲୀ ଆଫ୍ରିକାର ତୃତୀୟ ସର୍ବବୃହତ ସୁନା ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଅନେକ ସମୟରେ ସେଠାରେ ଖଣିର ସୁରକ୍ଷାକୁ ନେଇ ଅଭିଯୋଗ ଆସିଥାଏ । ଏହି ଅଘଟଣକୁ ନେଇ ଖଣି ମନ୍ତ୍ରଣାଳୟ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏଥିସହିତ ଖଣି ଖନନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ସରକାରଙ୍କ ରାଷ୍ଟ୍ରୀୟ ଭୂବିଜ୍ଞାନ ଓ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଦୁର୍ଘଟଣା ବାବଦରେ ସୂଚନା ଜାରି କରାଯାଇଛି । ଏହି ଦୁର୍ଘଟଣା ପଛର କାରଣ ସ୍ପଷ୍ଟ ହୋଇନାହିଁ । ଦକ୍ଷିଣ-ପଶ୍ଚିମୀ କୌଲିକୋରୋ ଅଞ୍ଚଳର କଙ୍ଗବା ଜିଲ୍ଲାରେ ଏହି ଅଘଟଣ ଘଟିଥିଲା । ସୁନା ଉତ୍ପାଦନକାରୀ ଦେଶ ମାଲୀରେ ଅନେକ ସମୟରେ ଏପରି ଦୁର୍ଘଟଣା ଘଟିଥାଏ । ତେଣୁ ଭବିଷ୍ୟତରେ କିପରି ଏପରି ଅଘଟଣ ନ ଘଟିବ ସେଥିପାଇଁ ଖଣି ଅଞ୍ଚଳର ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ବୋଲି କୁହାଯାଇଛି ।

Get real time updates directly on you device, subscribe now.