fbpx

Gold Rate Today: ବାହାଘର ସିଜନ ପାଇଁ ବଢ଼ିଲା ସୁନା ଦର, ଜାଣନ୍ତୁ ଓଡ଼ିଶାରେ କେତେ ରହିଛି ମୂଲ୍ୟ

AAKASH

ଓଡିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଫଳରେ ବଜାରରେ ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବିଭିନ୍ନ ଦର ରହିଥିବା ବେଳେ ସବୁ ସହରରେ କିଛି କିଛି ସୁନା ଦର ବୃଦ୍ଧି ପାଇଛି। ଯଦି ଆପଣ ବାହାଘର ଲାଗି ସୁନା କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ସୁନାର ମୂଲ୍ୟ ଜାଣିବା ନିହାତି ଆବଶ୍ୟକ। ତେଣୁ ସୁନାଗହଣା କିଣିବା ଆଗରୁ ଜାଣି ରଖନ୍ତୁ ଆଜି ବଜାରରେ ସୁନା ଦର କେତେ ରହିଛି।

ସୂଚନା ଥାଉକି, ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୭,୧୦୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ଦଶ ଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୨,୨୯୦ ଟଙ୍କା ଯାହାକି ଗତ କାଲି ଥିଲା ୬୨,୦୭୦ ।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୭,୧୦୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୨୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୭୨୦ ଟଙ୍କା ରହିଛି। ଅନ୍ୟପଟେ ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୭,୨୫୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୧୦୦ ଟଙ୍କା, ତେବେ ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୧୮୦ ଟଙ୍କା ରହିଛି। ସେହିପରି ମାୟାନଗରୀ ମୁମ୍ବାଇରେ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୭,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୨୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୭୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ତେବେ ଓଡ଼ିଶାର ପଡୋଶୀ ରାଜ୍ୟ ତଥା ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୭,୧୦୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୨୯୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୭୨୦ ଟଙ୍କା ରହିଛି । ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ ୨୨ କ୍ୟାରେଟର ସୁନା ଦାମ୍ ୫୭,୬୦୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୮୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୧୮୦ ଟଙ୍କା ରହିଛି ।

ସୂଚନା ଯୋଗ୍ୟ, ସୁନାର ଶୁଦ୍ଧତା ଯାଞ୍ଚ କରିବାପାଇଁ ସରକାର ଏକ ଆପ ଉପସ୍ଥାପନ କରିଛନ୍ତି। ଗ୍ରାହକମାନେ ‘ବିଏସ କେୟାର ଆପ’ ମାଧ୍ୟମରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହା ସହ ଗ୍ରାହକମାନେ ଘରେ ବସି ସୁନା ମୂଲ୍ୟ ମଧ୍ୟ ସହଜରେ ଜାଣିପାରିବେ। ଏଥିପାଇଁ କେବଳ ୮୯୫୫୬୬୪୪୩୩ ନମ୍ବରରେ ଏକ ମିସ କଲ ଦେବାକୁ ପଡିବ ଏବଂ ୟୁଜରଙ୍କ ଫୋନରେ ଏକ ମେସେଜ ଆସିବ, ଯେଉଁଥିରେ ସର୍ବଶେଷ ମୂଲ୍ୟ ଯାଞ୍ଚ କରିହେବ।

Get real time updates directly on you device, subscribe now.