Gold Price: ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସୁନା-ରୂପା ଦର, ସପ୍ତାହରେ ବଢିଲା 1 ହଜାର

ସପ୍ତାହରେ ସୁନା ବଢ଼ିଛି ୧ ହଜାରୁ ଅଧିକ । ରୁପାରେ ୨୯୦ ଟଙ୍କା ବୃଦ୍ଧି ।

ନୂଆଦିଲ୍ଲୀ: ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସୁନା ରୂପା ଦର । ପ୍ରତି ସପ୍ତାହରେ ଅତି କମରେ 1 ହଜାର ଟଙ୍କା ବୃଦ୍ଧି ପାଉଛି । ତେବେ ଚଳିତ ସପ୍ତାହରେ ସୁନା ସହିତ ରୂପା ଦରରେ ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ସପ୍ତାହରେ ସୁନା 1 ହଜାର ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା 300 ଟଙ୍କା ବୃଦ୍ଧି ପାଇଛି ।

ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନର ତଥ୍ୟ ଅନୁସାରେ, ଗତ 27 ତାରିଖରେ ସୁନା ଦର 10 ଗ୍ରାମ ପିଛା 76 ହଜାର 436 ଟଙ୍କା ରହିଥିବା ବେଳେ ଜାନୁଆରୀ 3 ତାରିଖରେ ଏହା 1 ହଜାର 86 ଟଙ୍କା ବୃଦ୍ଧି ପାଇ 77 ହଜାର 504 ଟଙ୍କାରେ ପହଞ୍ଚିଛି ।

ଯଦି ଆମେ ରୂପା ଦର କଥା ଦେଖିବା ତାହେଲେ ଡିସେମ୍ବର 27 ତାରିଖରେ ରୂପା କେଜି ୮୭,୮୩୧ ଟଙ୍କା ରହିଥିଲା । କିନ୍ତୁ ଜାନୁଆରୀ 3 ତାରିଖରେ ଏହା 290 ଟଙ୍କା ବୃଦ୍ଧି ପାଇ ୮୮,୧୨୧ ଟଙ୍କାରେ ପହଞ୍ଚିଛି ।

୧ ଜାନୁଆରୀ ୨୦୨୪ ରେ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୬୩,୩୫୨ ଟଙ୍କା ଥିଲା । କିନ୍ତୁ ବର୍ଷ ଶେଷ ବେଳକୁ ଏହି ଦରରେ 20 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ରୂପା କଥା ବି ଯଦି ଦେଖିବା ତାହେଲେ ବର୍ଷକରେ ରୂପା ଦରରେ 17 ପ୍ରତିଶତ ବୃଦ୍ଧି ହୋଇଛି ।