fbpx

ଦିୱାଲିରେ ବଢିଯିବ ସୁନା ଦର, ରିପୋର୍ଟରେ ପ୍ରକାଶ ପାଇଲା ଏହିସବୁ କାରଣ

ନୂଆଦିଲ୍ଲୀ:ଦୀପାବଳି ଲାଗି ସମସ୍ତଙ୍କ ମନ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ବେଳେ ଏହାରି ମଧ୍ୟରେ କିନ୍ତୁ କିନ୍ତୁ ସୁନା କିଣିବାକୁ ଯାଉଥିବା ଗ୍ରାହକଙ୍କ ଲାଗି ଏକ ଖରାପ ଖବର ଆସିଛି । ମୋତିଲାଲ ଓସୱାଲ ଫାଇନାନ୍ସିଆଲ ସର୍ଭିସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦୀପାବଳିରେ ସୁନା ମୂଲ୍ୟ ୬୩,୦୦୦ଟଙ୍କା ଛୁଇଁବ ବୋଲି କୁହାଯାଉଛି ।

ଏହି ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ସୁନା ଓ ରୂପା ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ବୃଦ୍ଧି ଘଟିଛି । କେନ୍ଦ୍ରୀୟ ବ୍ୟାଙ୍କର ନୀତି, ରାଜନୈତିକ ଓ ଭୌଗଳିକ ଅସ୍ଥିରତା ଓ ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ କାରଣରୁ ଏପରି ଘଟିଛି ବୋଲି ରିପୋର୍ଟରେ କୁହାଯାଇଛି ।

ଅନ୍ୟପକ୍ଷରେ ପାର୍ବଣ ଋତୁରେ ସୁନାର ଚାହିଦା ବୃଦ୍ଧି ପାଇଥିବାରୁ ପ୍ରଚଳିତ ଧାରା ଏହା ସୂଚୀତ କରୁଛି କି ନିବେଶକମାନେ ସୁଯୋଗର ସଦୁପଯୋଗ କରିବା ମୁଡ୍‌ରେ ନାହାନ୍ତି । ତେବେ ସୁନା ମୂଲ୍ୟ ବୃଦ୍ଧିର ଅନେକ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ବିଶ୍ୱ ସ୍ତରରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁନା ଭଣ୍ଡାର ବୃଦ୍ଧି କରି ସୁନା ମୂଲ୍ୟକୁ ସମର୍ଥନ କରିଛି । ଚଳିତ ବର୍ଷ ଚୀନ୍‌, ପୋଲାଣ୍ଡ, ତୁର୍କୀ, କାଜାକସ୍ଥାନ ଓ ଅନ୍ୟାନ୍ୟ ଦେଶମାନଙ୍କର ସୁନା କିଣିବା ବୃଦ୍ଧି ପାଇବା ଫଳରେ କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ସୁନା ସଂଗ୍ରହ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଆମେରିକା ଫେଡେରାଲ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ସାମ୍ନା କରିବା ଲାଗି ସୁଧହାର ବି ବୃଦ୍ଧି କରିଥିବାରୁ ଏପରି ପରିସ୍ଥିତି ଉପୁଜିଛି ।

ଆର୍ଥିକ ସଂକଟ ସମୟରେ ସୁନାରେ ନିବେଶ କରିବାକୁ ନିବେଶକମାନେ ପସନ୍ଦ କରିଥାନ୍ତି । ବିଶ୍ୱରେ ରାଜନୈତିକ କିମ୍ବା ଭୌଗଳିକ ସଂକଟ ସମୟରେ ସୁନା ପ୍ରତି ନିବେଶକଙ୍କ ଦାବୀ ବଢିଥାଏ । ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ମଧ୍ୟ ସୁନା ଦର ବୃଦ୍ଧି ଲାଗି କେତେକାଂଶରେ ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି ।
ଅନ୍ୟପକ୍ଷରେ ଘରୋଇ ଦିଗରୁ ଦେଖିଲେ ଚଳିତ ବର୍ଷ ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ଅସ୍ଥିର ମୌସୁମୀ କାରଣରୁ ପ୍ରଭାବିତ ହୋଇଛି ଯାହା ସୁନା ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ଏହିସବୁ କାରଣରୁ ସୁନା ମୂଳ୍ୟ ବଢିଥିବା ବେଳେ ଏହି ସ୍ଥିତି ଆଗକୁ ଜାରି ରହିବ ବୋଲି ରିପୋର୍ଟରେ କୁହାଯାଇଛି । ଏହିସବୁ ସ୍ଥିତି ମଧ୍ୟରେ ସୁନା ମୂଲ୍ୟ ୬୩,୦୦୦ ଟଙ୍କାରେ ପହଞ୍ଚିବ ବୋଲି ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.