fbpx

Gold Silver Price Today: ନୂଆ ବର୍ଷ ପୂର୍ବରୁ ବଢ଼ିଲା ସୁନା ମୂଲ୍ୟ, ଶସ୍ତା ହେଲା ରୁପା

Advertisement

ଓଡିଶା ଭାସ୍କର: ନୂଆ ବର୍ଷ ଆସିବା ପୂର୍ବରୁ ବଢ଼ିଛି ସୁନା ଏବଂ ରୁପାର ଦାମ । ଉତ୍ତରପ୍ରଦେଶର ବାରଣାସୀରେ ସୋମବାର ଦିନ ସୁନାର ଦାମ ପୁଣି ବଢ଼ିଛି । ସୁନା ପ୍ରତି ୧୦ ଗ୍ରାମ ୨୫୦ ଟଙ୍କା ବଢ଼ିଛି । ଅନ୍ୟପକ୍ଷରେ ରୁପାର ଦାମ କମ ହୋଇଥିବା ଜଣାପଡ଼ିଛି । ଆଜି ରୁପାର ଦାମ କିଲୋ ପ୍ରତି ୫୦୦ ଟଙ୍କା କମି କିଲୋ ପ୍ରତି ୭୯୦୦୦ ଟଙ୍କା ହୋଇଛି । ତେବେ ସୁନା ରୁପାର ଦାମରେ ପ୍ରତିଦିନ ଟ୍ୟାକ୍ସ ଏବଂ ଅନ୍ୟାନ୍ୟ ଉତ୍ପାଦ ଶୁଳ୍କ କାରଣରୁ କମ ବେଶୀ ହୋଇଥାଏ ।

ତେବେ ଚଳିତ ମାସ ୨୫ ତାରିଖରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୮,୩୫୦ ଟଙ୍କା ରହିଥିଲା । ଏହା ପୂର୍ବରୁ ୨୩ ଏବଂ ୨୪ ତାରିଖରେ ଏହାର ଦାମ ୫୮,୧୦୦ ଟଙ୍କା ରହିଥିଲା । କିନ୍ତୁ ୨୨ ତାରିଖରେ ଏହାର ଦାମ କମି ୫୭,୮୦୦ ଟଙ୍କା ହୋଇଥିଲା । ୨୦ ତାରିଖରେ ଏହା ୫୭,୫୫୦ ରହିଥିବା ବେଳେ ୧୯ ତାରିଖରେ ଏହା କମ ହୋଇ ୫୭,୪୫୦ ହୋଇଥିଲା ।

ତେବେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ମୂଲ୍ୟ ୨୫୦ ଟଙ୍କା ବଢ଼ି ୬୩,୬୪୦ ଟଙ୍କା ହୋଇଛି । ତେବେ ୨୪ ତାରିଖରେ ଏହାର ମୂଲ୍ୟ ୬୩,୩୯୦ ଟଙ୍କା ରହିଥିଲା । ତେବେ ଜଣେ ସୁନା ବ୍ୟବସାୟୀଙ୍କ କହିବା ଅନୁଯାୟୀ ଡିସେମ୍ବର ମାସରେ ସୁନା ମୂଲ୍ୟରେ ବେଶ ଉତ୍ଥାନ ପତ୍ତନ ଦେଖିବାକୁ ମିଳିଥିଲା ।

ତେବେ ଯଦି ରୁପାର ମୂଲ୍ୟ ଦେଖିବା ତେବେ ଏହାର ଦାମ ୫୦୦ ଟଙ୍କା କମ ହୋଇ କିଲୋ ୭୯,୦୦୦ ଟଙ୍କା ରହିଛି । ତେବେ ଏହା ପୂର୍ବରୁ ୨୩ ଏବଂ ୨୪ ତାରିଖରେ ଏହାର ମୂଲ୍ୟ ୭୯,୫୦୦ ଟଙ୍କା କିଲୋ ପ୍ରତି ରହିଥିଲା ।

Get real time updates directly on you device, subscribe now.