fbpx

ବଡ଼ ଇଭେଣ୍ଟରୁ ଓହରିଗଲେ Golden Boy ନୀରଜ ଚୋପ୍ରା: Olympicରେ ଭାଗ ନେବେ ତ?

Advertisement

ନୂଆଦିଲ୍ଲୀ: ଚଳିତମାସ ତଥା ଜୁଲାଇ ମାସର ଶେଷରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସ । ଜୁଲାଇ ୨୬ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଭାରତକୁ ଲାଗିି ଶକ୍ତ ଝଟକା । ଦେଶର ‘ସୁନା ପୁଅ’ ନୀରଜ ଚୋପ୍ରା ଏକ ବଡ଼ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି । ଟୋକିଓ ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବ ଆଣିଥିବା ନୀରଜଙ୍କ ଏଭଳି ନିଷ୍ପତ୍ତି ଅଲିମ୍ପିକ ପୂର୍ବରୁ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାସହିତ ନୀରଜ ଆହତ ଥିବା ନେଇ ମଧ୍ୟ ଆଲୋଚନା ହେଉଛି ।

ପ୍ୟାରିସ ଅଲିମ୍ପିକ ପୂର୍ବରୁ ପ୍ୟାରସ ଡାଇମଣ୍ଡ ଲିଗ୍ ଖେଳାଯିବ । ତେବେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଏହି ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ଫେରାଇ ନେଇଛନ୍ତି । ଆଗକୁ ଅଲିମ୍ପିକ ଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରୁ ସେ ଓହରି ଯାଇଛନ୍ତି । ତେବେ ଏହାର କାରଣ କିଛି ସ୍ପଷ୍ଟ କରି ନଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନ ଉଠୁଛି । ନୀରଜ ଆହତ ଅଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ନୀରଜ ଜଙ୍ଘରେ ଯନ୍ତ୍ରଣା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଙ୍ଘ ଭିତର ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ଲିଗରୁ ନିଜ ନାମ ପେରାଇ ନେଇଛନ୍ତି ନୀରଜ । ଟ୍ରେନିଙ୍ଗ ଏବଂ ଥ୍ରୋ କରିବା ସମୟରେ ବ୍ଲକିଙ୍ଗ କରୁଥିବା ଗୋଡ଼କୁ ଆହୁରି ମଜବୁତ କରିବା ପାଇଁ ପ୍ରୟାସ କରୁଛନ୍ତି ।

ସେ କହିଛନ୍ତି ଯେ, ଥ୍ରୋ କରିବା ବେଳେ ଗ୍ରାଇନ୍ ଷ୍ଟ୍ରେନରେ ଷ୍ଟ୍ରେଚ ହୋଇଥାଏ, ତେଣୁ ମୋତେ ବ୍ଲକିଂ ଗୋଡକୁ ମଜବୁତ କରିବାକୁ ପଡିବ । ମୁଁ ବର୍ତ୍ତମାନ ଏହା ଉପରେ କାର୍ୟ୍ୟ କରୁଛି । ମୁଁ ଆଉ କିଛି ଟୁର୍ନାମେଣ୍ଟ ଖେଳି ପାରିଥା’ନ୍ତି ଏବଂ ଖେଳିବାକୁ ମଧ୍ୟ ଚାହୁଁଥିଲି । କିନ୍ତୁ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଅନୁଭବ କଲି । ତେଣୁ ଟୁର୍ଣ୍ଣାମେଣ୍ଟରୁ ନାମ ଫେରାଇ ନେବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ।

Get real time updates directly on you device, subscribe now.