fbpx

ନୌସେନାରେ ଭର୍ତ୍ତି ହେବାର ସୁବର୍ଣ୍ଣ ସୁଯୋଗ: ଆବେଦନ କରିବାର ଶେଷ ତାରିଖ ଘୋଷଣା

ଭାରତୀୟ ନୌସେନାରେ ଭର୍ତ୍ତି ହେବାର ଆସିଛି ନୂଆ ସୁଯୋଗ । ଏଥିପାଇଁ ଟ୍ରେଡ୍ସମ୍ୟାନ ସ୍କିଲ୍ଡ ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଭାରତୀୟ ନୌସେନାରେ ଯୋଗ ଦେବାକୁ ଇଚ୍ଛୁକ ଥିବା ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ joinindiannavy.gov.in ମାଧ୍ୟମରେ ଆବେଦନ କରି ପାରିବେ । ଆସନ୍ତା ୩୧ ମାର୍ଚ୍ଚକୁ ଆବେଦନର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି ।

ଏହାବ୍ୟତୀତ ଇଚ୍ଛୁକ ପ୍ରାର୍ଥୀ https://www.joinindiannavy.gov.in/# ଲିଙ୍କ ଦ୍ୱାରା ପଦବୀ ପାଇଁ ଆବେଦନ କରିପାରିବେ । ଭାରତୀୟ ନୌସେନା ପାଇଁ ଆବେଦନ ଫେବୃୟାରୀ ୧୬ରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ମଧ୍ୟରେ କରି ପାରିବେ ଇଚ୍ଛୁକ ପ୍ରାର୍ଥୀ । ମୋଟ ୧୫୩୧ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି ନୌସେନା ବିଭାଗ । ତେବେ ଦଶମ ପାସ ପିଲାମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀଙ୍କୁ ଇଂରାଜୀ ଭାଷାର ଭଲ ଜ୍ଞାନ ରହିଥିବା ଆବଶ୍ୟକ । ଏଥିସହିତ ସମ୍ପୃକ୍ତ ବାଣିଜ୍ୟରେ ଆପ୍ରେଣ୍ଟିସ ଟ୍ରେନିଙ୍ଗ କିମ୍ବା ମେକାନିକ ଭାବରେ କାର୍ଯ୍ୟ କରିଥଇବା କର୍ମଚାରୀ ଏବଂ ନୌସେନା ଏବଂ ବାୟୁସେନାର ଉପଯୁକ୍ତ ବେଷୟିକ ଶାଖାରେ ଦୁଇ ବର୍ଷ ନିୟମିତ ସେବା କରିଥିବା କର୍ମଚାରୀ ମଧ୍ୟ ଏହି ପଦ ପଦବୀ ପାଇଁ ଆବେଦନ କରି ପାରିବେ । ତେବେ ଆବେଦନର ବୟସସୀମା ୧୮ରୁ ୨୫ ବର୍ଷ ହୋଇଥିବା ଆବଶ୍ୟକ ।

Get real time updates directly on you device, subscribe now.