fbpx

ଜୀବନ ଦାନ ଆଉ କ’ଣ କି? ୪୪୦ କିଲୋମିଟର ଯାଇ କରିଲେ ରକ୍ତଦାନ, ରୋଗୀଙ୍କର ହେଲା ପୁନର୍ଜନ୍ମ, ହ୍ୱାଟ୍ସଆପରୁ ପାଇଥିଲେ ସୂଚନା

ମୁମ୍ୱାଇ: ଜଣେ ୩୦ ବର୍ଷୀୟା ମହିଳାଙ୍କ ଜୀବନ ବଞ୍ଚାଇଲେ ମହାରାଷ୍ଟ୍ରର ଶିରିଡିର ଜଣେ ଫୁଲ ବ୍ୟବସାୟୀ। ୪୪୦ କିଲୋମିଟର ଯାତ୍ରା କରି ଦେଲେ ରକ୍ତ। ଶିରିଡିରେ ହୋଲସେଲ ଫୁଲ ବ୍ୟବସାୟ କରୁଥିବା ରବୀନ୍ଦ୍ର ଅଷ୍ଟେକର ଶନିବାର ଇନ୍ଦୋରରେ ପହଞ୍ଚି ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ପାଇଁ ରକ୍ତଦାନ କରିଛନ୍ତି। ରବୀନ୍ଦ୍ର ଅଷ୍ଟେକର କହିଛନ୍ତି, ହ୍ୱାଟ୍ସଆପ୍ ରେ ରକ୍ତଦାତାଙ୍କ ଏକ ଗ୍ରୁପ୍ ଜରିଆରେ ଏହି ମହିଳାଙ୍କ ଅବସ୍ଥା ବିଷୟରେ ଜାଣିବା ପରେ ମୁଁ ମୋର ଜଣେ ବନ୍ଧୁଙ୍କ କାର୍ ରେ ପ୍ରାୟ ୪୪୦ କିଲୋମିଟର ଯାତ୍ରା କରି ଇନ୍ଦୋରରେ ପହଞ୍ଚିଥିଲି। ମୁଁ ନିଶ୍ଚିତ ଭାବରେ ଭଲ ଅନୁଭବ କରୁଛି କାରଣ ମୁଁ ମହିଳାଙ୍କ ଜୀବନ ବଞ୍ଚାଇବାରେ ମୋର କିଛି ଯୋଗଦାନ କରିପାରିବି ।

ଗତ ୧୦ ବର୍ଷ ଭିତରେ ସେ ନିଜ ରାଜ୍ୟ ମହାରାଷ୍ଟ୍ର ସମେତ ଗୁଜରାଟ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଅଭାବୀ ରୋଗୀଙ୍କ ପାଇଁ ୮ ଥର ରକ୍ତଦାନ କରିଛନ୍ତି। ଇନ୍ଦୋରସ୍ଥିତ ସାମାଜିକ ସଂଗଠନ ଦାମୋଦର ଯୁବ ସଂଗଠନର ରକ୍ତ କଲ୍ ସେଣ୍ଟରର ମୁଖ୍ୟ ଅଶୋକ ନାୟକ ମହିଳା ରୋଗୀଙ୍କ ପାଇଁ ସବୁଠାରୁ ବିରଳ ‘ବମ୍ବେ’ ଗ୍ରୁପ୍ ରକ୍ତ ସଂଗ୍ରହ ରେ ସାହାଯ୍ୟ କରିଥିଲେ। ଇନ୍ଦୋରର ସରକାରୀ ମହାରାଜା ଯଶବନ୍ତରାଓ ହସ୍ପିଟାଲ୍ (ଏମ୍ୱାଇଏଚ୍)ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ଯାଦବ କହିଛନ୍ତି ଯେ ଅନ୍ୟ ଏକ ହସ୍ପିଟାଲରେ ପ୍ରସୂତି ରୋଗ ପାଇଁ ଅସ୍ତ୍ରୋପଚାର ସମୟରେ ମହିଳାଙ୍କୁ ଭୁଲବଶତଃ ‘O+’ ରକ୍ତ ଦିଆଯାଇଥିଲା, ଯାହା ତାଙ୍କ ଅବସ୍ଥାକୁ ଖରାପ କରିବା ସହ କିଡନୀକୁ ମଧ୍ୟ କ୍ଷତି ପହଞ୍ଚାଇଥିଲା।

ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଇନ୍ଦୋରର ରବର୍ଟସ ନର୍ସିଂ ହୋମକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ହିମୋଗ୍ଲୋବିନ ସ୍ତର ୪ ଗ୍ରାମ/ଡିଏଲକୁ ଖସି ଆସିଥିବା ବେଳେ ଜଣେ ସୁସ୍ଥ ମହିଳାଙ୍କର ହିମୋଗ୍ଲୋବିନ୍ ସ୍ତର ୧୨ରୁ ୧୫ ଗ୍ରାମ/ଡିଏଲ ମଧ୍ୟରେ ରହିବା ଉଚିତ। ଯାଦବ କହିଛନ୍ତି ଯେ ବମ୍ବେ ଗ୍ରୁପର ୪ ୟୁନିଟ୍ ରକ୍ତ ଦାନ ପରେ ମହିଳାଙ୍କ ଅବସ୍ଥା ଭଲ ରହିଛି। ଯଦି ଏହି ବିରଳ ଗୋଷ୍ଠୀର ରକ୍ତ ଠିକ୍ ସମୟରେ ଟ୍ରାନ୍ସଫର କରା ନ ଯାଇଥାନ୍ତା ତେବେ ତାଙ୍କ ଜୀବନ ନିଶ୍ଚିତ ବିପଦରେ ପଡ଼ିଥାନ୍ତା ବୋଲି ସେ କହିଛନ୍ତି। ୧୯୫୨ ମସିହାରେ “ବମ୍ବେ” ବ୍ଲଡ ଗ୍ରୁପ ଆବିଷ୍କୃତ ହୋଇଥିଲା। ଏହି ଅତ୍ୟନ୍ତ ବିରଳ ଗ୍ରୁପର ଲୋକଙ୍କୁ ରକ୍ତ ଦେଇପାରିବେ।

Get real time updates directly on you device, subscribe now.