fbpx

ଦଶମ ପାସ୍ ପିଲାଙ୍କ ପାଇଁ Good News: ଭାରତୀୟ ସେନାରେ ବମ୍ପର ନିଯୁକ୍ତି, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଭାରତର ଯବାନ ଭାବରେ ଦେଶ ସେବା କରିବା ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ବମ୍ପର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ମାଟ୍ରିକ କିମ୍ବା ଦ୍ୱାଦଶ ପାସ୍ କରିଥିବା ପିଲାମାନଙ୍କ ପାଇଁ ସରକାରୀ ଚାକିରିର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଭାରତୀୟ ସେନାରେ ନିଯୁକ୍ତି ପାଇବାର ଏକ ବଡ଼ ସୁଯୋଗ ପାଇପାରିବେ ଯୁବକ । ସାରା ଦେଶରେ ରାଲି ଆୟୋଜନ କରିବା ପାଇଁ ଯାଉଛି ଭାରତୀୟ ସେନା । ଆପଣ ଯଦି ଇଚ୍ଛୁକ ଅଛନ୍ତି, ତେବେ ଏହାର ଅଫିସିଆଲ ୱେବସାଇଟ ରେ ଯାଇ ଭାରତୀୟ ସେନାର ଲାଟେଷ୍ଟ ଓପନ ରାଲି ୨୦୨୪-୨୫ ସହିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇପାରିବେ । ଦେଶରେ ବିଭିନ୍ନ ପଦ ପାଇଁ ନୋଟିଫିକେସନ୍, ସିଲେକ୍ସନ ଏବଂ ଆପ୍ଲିକେସନ ପ୍ରସେସ ସହ ଭାରତୀୟ ସେନା ଭର୍ତ୍ତି ଅଭିଯାନ ଆରମ୍ଭ ହୋଇଯାଇଛି ।

ଭାରତୀୟ ସେନା ଏହି ଭର୍ତ୍ତି ରାଲି ମାଧ୍ୟମରେ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ଭାରତୀୟ ସେନାରେ ନିଯୁକ୍ତି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହି ରାଲିରେ ସାମିଲ ହୋଇପାରିବେ । ତେବେ ଏହାସହିତ ଭାରତୀୟ ସେନା ରାଲିରେ ସାମିଲ ହେବା ପାଇଁ ପ୍ରାର୍ତୀମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା(ପିଇଟି) ବା ଶାରୀରିକ ମାନକ ପରୀକ୍ଷଣ(ପିଏସଟି) ପାସ୍ କରିବାକୁ ହେବ । ତେବେ ଏଥିରେ ସାମିଲ ହେବା ପାଇଁ ଯୋଗ୍ୟତା ମଧ୍ୟ ରହିଛି । ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ତଥା ଦ୍ୱାଦଶ ପରୀକ୍ଷାରେ ପାସ୍ ହୋଇଥିବା ଆବଶ୍ୟକ । ଏହାପରେ ହିଁ ଜଣେ ପ୍ରାର୍ଥୀ ଏହି ରାଲିରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ।

ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ସନ୍ଧାନରେ ଭାରତୀୟ ସେନା ସାରା ଦେଶରେ ଏହି ରାଲିର ଆୟୋଜନ ଆରମ୍ଭ କରିଛି । ବିଭିନ୍ନ ବିଭାଗରେ ସୈନିକ କ୍ଲର୍କ, ସୈନିକ ଟ୍ରେଡ୍ସମ୍ୟାନ୍, ସୈନିକ ଟେକନିକାଲ ଏବଂ ଅନ୍ୟ ପଦ ପାଇଁ ନିଯୁକ୍ତି ପ୍ରଦାନ କରୁଛି । ଏହାବ୍ୟତୀତ ଭାରତୀୟ ସେନା ୧-୧୦ ଜୁଲାଇ ପର୍ଯ୍ୟନ୍ତ ଉଦୟପୁରରେ ଅଗ୍ନିବୀର ଭର୍ତ୍ତି ରାଲି ମଧ୍ୟ ଆୟୋଜନ କରୁଛି । ଲିଖିତ ପରୀକ୍ଷା ପାସ୍ କରିଥିବା ରାଜ୍ୟର ୭୫୦୦ରୁ ଅଧିକ ପ୍ରାର୍ଥୀ ଏଥିରେ ଭାଗ ନେଇପାରିବେ । ଏଥିରେ ପ୍ରତିଦିନ ପ୍ରାୟ ୧୦୦୦ ଆଶାୟୀଙ୍କ ଟେଷ୍ଟ କରାଯିବ ।

Get real time updates directly on you device, subscribe now.