fbpx
BJD SKY
BJD SKY

ଏହି ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର: ଖୁବଶୀଘ୍ର ବଢିବାକୁ ଯାଉଛି ଦରମା

BJD

ନୂଆଦିଲ୍ଲୀ,୧୮ ।୧୨: ଭାରତୀୟ ରେଳ ବିଭାଗରେ କାର୍ଯ୍ୟକରୁଥିବା ଖେଳାଳିଙ୍କ ପାଇଁ ଆସିଛି ଏକ ଖୁସି ଖବର । ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀମାନଙ୍କୁ ଅତିରିକ୍ତ ଇନକ୍ରିମେଣ୍ଟ ମିଳିପାରେ । ତେବେ ଭାରତୀୟ ରେଳ ବିଭାଗରେ କାର୍ଯ୍ୟରତ ଏହି କର୍ମଚାରୀଙ୍କ ଅତିରିକ୍ତ ବେତନ ବୃଦ୍ଧି ଦୀର୍ଘ ସମୟ ଧରି ଅଟକି ରହିଥିଲା । ଫଳରେ ରେଳ ବିଭାଗ ଏହାକୁ ଗୁରୁତର ଭାବେ ନେଇ ବିଳମ୍ବର କାରଣ ଜାଣିବା ପାଇଁ ସମସ୍ତ ଜୋନର ସାଧାରଣ ପରିଚାଳକମାନଙ୍କୁ ଚିଠି ଲେଖିବା ସହ ଅଧୀକାରୀଙ୍କ ଦାୟିତ୍ୱ ସ୍ଥିର କରିବା ପାଇଁ କହିଛନ୍ତି ।

ରେଳ ବୋର୍ଡର ଉପନିର୍ଦ୍ଦେଶକ, ଏଷ୍ଟାବିସମେଣ୍ଟ ଭାସ୍କର ରାୟ ଚୌଧୁରୀ ଏହି ବାବଦରେ ସମସ୍ତ ଜୋନର ମହାପ୍ରବନ୍ଧକମାନଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ଦର୍ଶାଯାଇଛି ଯେ,୩୧-୧୨-୨୦୧୦ ପୂର୍ବରୁ ରେଳବାଇ ବୋର୍ଡର ପରାମର୍ଶ କ୍ରମେ ରେଳବାଇ ଦ୍ୱାରା କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ରାଶି ବୃଦ୍ଧି କରାଯାଇଥିଲା । ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ଉତ୍କର୍ଷତା ପାଇଁ ଖେଳାଳୀଙ୍କୁ ଅତିରିକ୍ତ ବୃଦ୍ଧି ପ୍ରଦାନ କରିବାର କ୍ଷମତା ଏକ ସରକାରୀ ନିର୍ଦ୍ଦେଶ ମାଧ୍ୟମରେ ରେଳବାଇକୁ ଦିଆଯାଇଥିଲା ।

Get real time updates directly on you device, subscribe now.