fbpx

US ଯାଉଥିବା ଭାରତୀୟଙ୍କ ପାଇଁ ଖୁସି ଖବର, ଆମେରିକା ଦୂତାବାସ କଲେ କମାଲ

AAKASH

ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ଦ୍ରୃତାବାସ ୧୦ ଲକ୍ଷରୁ ଅଧିକ ଭିସା ଜାରିକରିଛନ୍ତି । ୨୦୨୩ରେ ଏହାର ପରିମାଣ ୨୦୧୯ର ପରିମାଣଠାରୁ ୨୦ ପ୍ରତିଶତ ଅଧିକ । ଆମେରିକା ଦୃତାବାସ ଗୁରୁବାର ଘୋଷଣା କରିଥଲେ ଏହା ସବୁ ରେକର୍ଡ ପାର କରିଛି । ଏଠାରେ ୨୦୧୯ ତୁଳନାରେ ୨୦% ଅଧିକ ଆବେଦନ ହୋଇଥିଲା । ଆମେରିକୀୟ ଦୂତାବାସ ଏକ୍ସରେ ପୋଷ୍ଟ କରି କହିଛନ୍ତି ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ଅଧିକ ଗଭୀର । ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଭାରତୀୟ ଲୋକମାନଙ୍କର ଆମେରିକୀୟ ଲୋକମାନଙ୍କ ସହିତ ସମ୍ପର୍କ ଅତି ଘନିଷ୍ଟ ।

ଆଗାମୀ ଦିନରେ ଆମେ ଅଧିକ ଭାରତୀୟ ଲୋକମାନଙ୍କୁ ଆମେରିକା ଯାତ୍ରା କରିବା ପାଇଁ ସୁବିଧା ସୁଯୋଗ ଯୋଗାଇ ଦେବୁ । ଗତ ବର୍ଷ ୧.୨ ମିଲିୟନରୁ ଅଧିକ ଲୋକ ଆମେରିକା ଯାତ୍ରା କରିଥିଲେ । ଏହା ବିଶ୍ୱର ସବୁଠାରୁ ଅଧିକ ଯାତ୍ରା କରାଯାଉଥିବା ସ୍ଥାନ ଭାବରେ ଏବେ ପରିଚିତ । ଏହି ଯାତ୍ରା କରୁଥିବା ଲୋକମାନଙ୍କ ମଧ୍ୟରେ ଅଧିକ ଛାତ୍ର ଥିବା ଜଣା ପଡିଛି । ଯେଉଁମାନେ ଭିସା ଆଦାୟ କରିଛନ୍ତି ସେମାନେ କିପରି ସୁବିଧାରେ ଭିସା ପାଇ ପ।।ରିବେ ସେଥି ପାଇଁ ଚେଷ୍ଠା ଚାଲିଛି ।

Get real time updates directly on you device, subscribe now.