fbpx
BJD SKY
BJD SKY

OnePlus ପ୍ରେମୀଙ୍କ ପାଇଁ ଖୁସି ଖବର : ଏବେ ଦମଦାର ଡିଜାଇନ୍‌ ଓ ଫିଚର୍ସ ସହ ଆସୁଛି ଟ୍ୟାବଲେଟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

BJD

ନୂଆଦିଲ୍ଲୀ : ଭାରତରେ OnePlus Pad Go ଅକ୍ଟୋବର ୬ରେ ଲଞ୍ଚ ହେବ । ଏହାକୁ ଆପଣ ଅନଲାଇନ ସାହାଯ୍ୟରେ ଯେପରିକି Amazon, Flipkart ଆଦିରେ କିଣି ପାରିବେ । ଚାଇନାରେ ଓପୋ ପ୍ୟାଡ ଏୟାର ୨ କୁହାଯାଉଥିବା ଏହି ଟ୍ୟାବଲେଟକୁ ଭାରତରେ OnePlus Pad Go ଭାବରେ ଲଞ୍ଚ କରାଯିବ ବୋଲି ସୂଚନା ମିଳିଛି । OnePlus ଲଞ୍ଚ ପୂର୍ବରୁ ଏହି ଟ୍ୟାବଲେଟର କିଛି ଫିଚର୍ସର ଖୁଲାସା ହୋଇଛି । ଜଣେ ଟିପଷ୍ଟର ଏହି ଟ୍ୟାବଲେଟ୍‌ ବିଷୟରେ କିଛି ସୂଚନା ସେୟାର କରିଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର :

OnePlus Pad Go ଏକ ଶକ୍ତିଶାଳୀ ଟ୍ୟାବଲେଟ ହେବ ଯେଉଁଥିରେ ୮ GB RAM ଏବଂ ୨୫୬ GB ROMର ଷ୍ଟୋରେଜ ରହିଛି । ଏଥିରେ ଏକ ମାଇକ୍ରୋ SD କାର୍ଡ ସ୍ଲଟ ମଧ୍ୟ ରହିବ, ଯାହା ଦ୍ୱାରା ଷ୍ଟୋରେଜର କ୍ଷମତାକୁ ବଢ଼ାଇ ପାରିବେ । ଏହା ୱାନପ୍ଲସ୍ ପ୍ୟାଡ ତୁଳନାରେ ହାଲୁକା ହେବ, ଏହାର ଓଜନ ୫୨୩ ଗ୍ରାମ ହେବ ବୋଲି କୁହାଯାଉଛି ।

OnePlus Pad Goରେ ୧୧.୩୫ ଇଞ୍ଚର LCD ଡିସପ୍ଲେ ସହିତ, ୨.୪K ରିଜୋଲ୍ୟୁସନ ଏବଂ ୭.୫ ଆସପେକ୍ଟ ରେସିଓ ରହିବ । ଅଡିଓ ପାଇଁ ଡିଭାଇସରେ ଡଲବି ଆଟମାସ ପ୍ରୋସେସ କ୍ୱାଡ ସ୍ପିକର ରହିଛି । ଟିପଷ୍ଟର କହିଛନ୍ତି OnePlus Pad Goରେ ମିଡିଆଟେକ ପ୍ରୋସେସର ଏବଂ 4G LTE କନେକ୍ଟିଭିଟିର ମଧ୍ୟ ସୁବିଧା ରହିଛି । ଏଥିପାଇଁ କମ୍ପାନୀ କେବଳ ୱାଇ-ଫାଇ ଏବଂ ୱାଇ-ଫାଇ + ସେଲ୍ୟୁଲାର ଭର୍ସନରେ ଡିଭାଇସ ପ୍ରଦାନ କରିବ ।

OnePlus ଅକ୍ଟୋବର ମାସରେ OnePlus Pad Goକୁ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ୧୯ ଅକ୍ଟୋବରରେ ଏହି ଟ୍ୟାବଲେଟ ଆସିବ ଏବଂ ଏଥିରେ ୨K ଫୋଲଡେବଲ୍ ଡିସପ୍ଲେ, ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ, ୫୦ ମେଗାପିକ୍ସେଲ ଟ୍ରିପଲ କ୍ୟାମେରା ୟୁନିଟ୍ ଏବଂ ୬୭W ଫାଷ୍ଟ ଚାର୍ଜିଂ ସହିତ ୪,୮୦୦mAh ବ୍ୟାଟେରୀ ରହିବ ।

Get real time updates directly on you device, subscribe now.