fbpx

ଖୁସି ଖବର! PM Kisan ଯୋଜନାର ଏହି ଦିନ ମିଳିବ ୧୫ ତମ କିସ୍ତି, ଆକାଉଣ୍ଟକୁ ଆସିବ ୨୦୦୦ଟଙ୍କା

Advertisement

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ୧୫ତମ କିସ୍ତି ପାଇବାକୁ ଥିବା ଲୋକଙ୍କ ଅପେକ୍ଷାର ଅନ୍ତ ଘଟିବ । ଖୁବ ଶୀଘ୍ର ହିଁ ପିଏମ କୃଷକ ଯୋଜନାର ପରବର୍ତ୍ତୀ କିସ୍ତି ଜାରି କରାଯିବ । କୁହାଯାଉଛି ଯେ, ପିଏମ କିଷାନ ଯୋଜନାର ୧୫ତମ କିସ୍ତି ନଭେମ୍ବରର ଶେଷ ସପ୍ତାହରେ ଜାରି କରାଯିବାର ସମ୍ଭାବନା ରହିଛି । ଏକ ରିପୋର୍ଟ ଅନୁସାରେ, ନଭେମ୍ବର ୨୭ ୨୦୨୩ ରେ ସରକାର ତ୍ରୟମାସିକ ପାଇଁ ପିଏମ କିଷାନ ଯୋଜନାର ୧୫ତମ କିସ୍ତିକୁ ଜାରି କରିବେ । ବାସ୍ତବରେ, ସରକାର ଏନେଇ କୌଣସି ଠିକ ତାରିଖ ଧାର୍ଯ୍ୟ କରି ନାହାନ୍ତି । ଏହା ପୂର୍ବରୁ ୧୪ତମ କିସ୍ତି ଚଳିତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାରି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, କେଉଁ କୃଷକ ଏହି ୧୫ ତମ କିସ୍ତି ପାଇଁ ଯୋଗ୍ୟ କି ନାହିଁ, ତାହା ଜାଣିବା ପାଇଁ ପିଏମ କିଷାନ ସାମ୍ମାନ ନିଧି ଯୋଜନାର ୱେବସାଇଟ କୁ ଯାଇ ଯାଞ୍ଚ କରିବା ଉଚିତ । ଦେୟର ତଥ୍ୟ ଅନୁଯାୟୀ, ପିଏମ କିଷାନ ଯୋଜନାର ୧୪ତମ କିସ୍ତିରେ ପ୍ରାୟ ୮.୫ କୋଟି କୃଷକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ଟଙ୍କା ଆସିଥିଲା । ୧୫ ତମ କିସ୍ତିର ଆକଳନ ଅନୁଯାୟୀ, ପ୍ରାୟ ୧୧ କୋଟି କୃଷକ ଏହି ଯୋଜନାର ଲାଭ ପାଇଁ ସଫଳତାର ସହ ପଞ୍ଜୀକୃତ ହୋଇଛନ୍ତି । ଯେଉଁ କୃଷକମାନେ ଆର୍ଥିକ ରୂପରେ ସହାୟତା ରାଶି ଭାବରେ ଦିଆଯାଉଥିବା ଆବଶ୍ୟକ କୃଷି ଖର୍ଚ୍ଚ ଦେବାକୁ ଅସମର୍ଥନ, ସେହି କୃଷକ ମାନଙ୍କୁ ଏହି କିସ୍ତି ପ୍ରଦାନ କରାଯାଏ ।

ପିଏମ କିଷାନ ଯୋଜନା ଅଧୀନରେ ଥିବା ଯୋଗ୍ୟ କୃଷକମାନେ ପ୍ରତି ଚାରି ମାସରେ ୨,୦୦୦ଟଙ୍କା ପାଇଥାନ୍ତି । ଯାହାକି ବାର୍ଷିକ ୬,୦୦୦ଟଙ୍କା ଅଟେ । ଏହି ଟଙ୍କା ପ୍ରତିବର୍ଷ ତିନୋଟି କିସ୍ତିରେ ଦିଆଯାଏ । ତାହା ହେଉଛି ଏପ୍ରିଲ-ଜୁଲାଇ, ଅଗଷ୍ଟ-ନଭେମ୍ବର ଏବଂ ଡିସେମ୍ବର-ମାର୍ଚ୍ଚରେ ପ୍ରଦାନ କରାଯାଇଛି । ଏହି ପାଣ୍ଠି ସିଧାସଳଖ ଲାଭାର୍ଥିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର ହେଉଛି ।

Get real time updates directly on you device, subscribe now.