fbpx
BSKY
BJD MC SKY
BJD YOUTH SKY

ଗୁଗୁଲ୍ ମ୍ୟାପ୍ ଦେଖାଇପାରେ ମୃତ୍ୟୁର ରାସ୍ତା , ଅଧିକ ଭରସା କରୁଛନ୍ତି କି? ଫସିଯିବେ , ଚାଲିଯିବ ଜୀବନ

ନୂଆଦିଲ୍ଲୀ : ଆଜିକାଲି ପତ୍ୟେକ ଜିନିଷ ପାଇଁ ଆମେ ଟେକ୍ନୋଲୋଜି ଉପରେ ଭରସା କରୁଛେ । କୌଣସି ତଥ୍ୟ ଜାଣିବାକୁ ହେଉ ଅବା ରାସ୍ତା ନ ମିଳିଲେ, ଟେକ୍ନୋଲୋଜିକୁ ପଚାରୁଛେ । କିନ୍ତୁ ଏହି ଅଭ୍ୟାସ ମୃତ୍ୟୁର ରାସ୍ତା ଦେଖାଇ ଦେଇପାରେ ।

ସେହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଜୋଶିମାଥରେ ଦେଖିବାକୁ ମିଳିଛି । ଯେଉଁଠାରେ ଦିଲ୍ଲୀର ଦୁଇଜଣ ଯୁବକ ଗୁଗୁଲ ମ୍ୟାପ ଉପରେ ଅତ୍ୟଧିକ ଭରସା କରି ଫସିଯାଇଥିଲେ ।
ଘଟଣାଟି ଏହିପରି..

Google Maps to roll out Live View soon: All details | Mint

ଦିଲ୍ଲୀର ଦୁଇ ପର୍ୟ୍ୟଟକ ବିଷ୍ଣୁପ୍ରୟାଗରେ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପ୍ରୁ ଏକ ସର୍ଟକଟ୍ ରାସ୍ତା ନେଇଥିଲେ, ଯାହାକି ପାଦଚଲା ରାସ୍ତା ଥିଲା । ଉଭୟ ସେହି ରାସ୍ତାରେ ଚାଲିବାକୁ ଲାଗିଲେ କିନ୍ତୁ ସେହି ରାସ୍ତାରେ ଥିବା ବ୍ରିଜଟି ଭାଙ୍ଗି ଯାଇଥିଲା । ହେଲେ ଗୁଗୁଳ ମ୍ୟାପ୍ ବ୍ରିଜ୍ ଭାଙ୍ଗିଛି ବୋଲି ସେମାନଙ୍କୁ ଜଣାଇନଥିଲା । ସିଧା ଯାଇ ସେମାନେ ଘାଈ ବା ଖାଲରେ ପଡ଼ିଯାଇଥିଲେ । ପରେ ଘଣ୍ଟା ଘଣ୍ଟା ପରିଶ୍ରମ କରି ଉଦ୍ଧାରକାରୀ ଦଳ ସେମାନଙ୍କୁ ବାହାରକୁ ଆଣିଥିଲେ ।

ଗୁଗୁଲ୍ ମ୍ୟାପ୍ ସୁରକ୍ଷା ଦୃଷ୍ଟିରୁ ଲାଇଭ୍ ଅପଡେଟ୍ ଦେଖାଏ ନାହିଁ । ସେଥିରେ ଦେଖାଉଥିବା ରାସ୍ତା ଅନେକ ସପ୍ତାହ ପୁରୁଣା । ତେବେ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ରାସ୍ତା ଅବସ୍ଥା ଦ୍ରୁତ ଗତିରେ ବଦଳିଯାଏ। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ପାହାଡିଆ ଅଞ୍ଚଳରେ ଗୁଗୁଲ୍ ମ୍ୟାପ୍ ଉପରେ ଅଧିକ ନିର୍ଭର କରିବା ଉଚିତ୍ ନୁହେଁ । କାରଣ ଯଦି ୫ ଘଣ୍ଟା ପୂର୍ବରୁ ଏକ ବ୍ରିଜ୍ ଭାଙ୍ଗିଯାଇଥାଏ, ତେବେ ଗୁଗୁଲ ମ୍ୟାପ୍ ଏହାର ଅପଡେଟ୍ ଦେବ ନାହିଁ ।

Navigation SDK Documentation | Google Navigation SDK | Google Developers

ଗୁଗୁଲ୍ ହେଉଛି ଏକ ନେଭିଗେସନ୍ ଆପ୍ ଯାହା ନିକଟସ୍ଥ ପେଟ୍ରୋଲ୍ ପମ୍ପ, ମେଡିକାଲ୍ ଷ୍ଟୋର୍ ସହିତ ବିଭିନ୍ନ ସେବା କେନ୍ଦ୍ରର ମାର୍ଗ, ଲାଇଭ୍ ଟ୍ରାଫିକ୍ ଏବଂ ଅବସ୍ଥାନ ବା ଲୋକେସନର ବିବରଣୀ ଦେଇଥାଏ । କିନ୍ତୁ ଏହା ନୁହେଁ ଯେ ଗୁଗୁଲ ଦ୍ୱାରା ଦିଆଯାଇଥିବା ସୂଚନା ସଂପୂର୍ଣ୍ଣ ସଠିକ୍ ।

ଯଦି କୌଣସି ସ୍ଥାନରେ ଅନେକ ସ୍ମାର୍ଟଫୋନ୍ ସକ୍ରିୟ ଦେଖାଯାଏ, ତେବେ ଗୁଗୁଲ୍ ସେହି ସ୍ଥାନକୁ ଟ୍ରାଫିକ୍ ଜାମ୍ ଭାବରେ ଦେଖାଇଥାଏ । ଆମ ଚାରିପାଖରେ ଅଧିକ ସଂଖ୍ୟକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଅଛି । ଆପଣ ଯେପରି ଜାଣିଥିବେ, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଗୁଗୁଲର ଅଟେ । ଏଭଳି ପରିସ୍ଥିତିରେ ସ୍ମାର୍ଟଫୋନ୍ ସଂଖ୍ୟା ଉପରେ ଆଧାର କରି ଗୁଗୁଲ ପାଇଁ ଟ୍ରାଫିକ୍ ଜାମ୍ ବୋଲି ସୂଚନା ଦେଇଥାଏ ।

Get real time updates directly on you device, subscribe now.