ଗୁଗୁଲ୍ ଦେଲା ଚେତାବନୀ, ୨୫୦ କୋଟି Gmail ୟୁଜର୍ସଙ୍କ ଉପରେ ବିପଦ, ତୁରନ୍ତ କରନ୍ତୁ ଏହି କାମ

ୟୁଜରମାନଙ୍କୁ ସତର୍କ କଲା ଗୁଗୁଲ୍। ତୁରନ୍ତ ବଦଳାନ୍ତୁ ପାସଓ୍ୱାର୍ଡ।

ନୂଆଦିଲ୍ଲୀ: ସତର୍କ କରାଇଲା ଗୁଗୁଲ୍।  ୨୫୦ କୋଟି Gmail ୟୁଜର୍ସଙ୍କ ମୁଣ୍ଡ ଉପରେ ଘୂରି ବୁଲୁଛି ବିପଦ। ଶୀଘ୍ର କରନ୍ତୁ ଏହି କାମ। ହ୍ୟାକର୍ସମାନଙ୍କ ଦ୍ୱାରା ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ୟୁଜରମାନଙ୍କୁ ତୁରନ୍ତ ସେମାନଙ୍କ ପାସଓ୍ୱାର୍ଡ ବଦଳାଇବାକୁ ଚେତାବନୀ ଦେଇଛି ଗୁଗୁଲ୍।

ଏହାସହ ଟୁ-ଷ୍ଟେପ୍ ଯାଞ୍ଚ ଚାଲୁ କରିବାକୁ ମଧ୍ୟ ପରାମର୍ଶ ଦେଇଛି ଗୁଗୁଲ୍।  ହ୍ୟାକର୍ସଙ୍କ ଦ୍ୱାରା ସାଇବର ଆକ୍ରମଣ ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି।  ଏବଂ ପ୍ରତିଦିନ ଅନେକ ଲୋକ ଏହାର ଶିକାର ହେଉଛନ୍ତି।

ଏହି ସାଇବର ଆକ୍ରମଣ ପଛରେ ହ୍ୟାକିଂ ଗୋଷ୍ଠୀ ସାଇନିହଣ୍ଟର୍ସ ଥାଇପାରେ, ପୋକେମେନ୍ ଫ୍ରାଞ୍ଚାଇଜ୍ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଗୋଷ୍ଠୀ ୨୦୨୦ ମସିହାରୁ ସକ୍ରିୟ ରହିଛି।

ସତର୍କ କଲା ଗୁଗୁଲ୍: SILIVE.com ଅନୁଯାୟୀ, ଏହି ଗୋଷ୍ଠୀ Microsoft, AT&T, Santander ଏବଂ Ticketmaster ସମେତ ଅନେକ ହାଇପ୍ରୋଫାଇଲ୍ ଡାଟା ଚୋରି ପଛରେ ଥିବା କୁହାଯାଉଛି।

ଲୋକଙ୍କୁ ଠକିବା ପାଇଁ ShinyHunters ର ପ୍ରିୟ କୌଶଳ ହେଉଛି ଫିସିଂ। ଏହି ଗୋଷ୍ଠୀ ସତର୍କତାର ସହିତ ଇମେଲ୍ ପ୍ରସ୍ତୁତ କରେ ଯାହା ୟୁଜରମାନଙ୍କୁ ନକଲି ଲଗଇନ୍ ପେଜ୍ ଗୁଡ଼ିକରେ କ୍ଲିକ୍ କରିବାକୁ କିମ୍ବା ସୁରକ୍ଷା କୋଡ୍ ସମେତ ସମ୍ବେଦନଶୀଳ ସୂଚନା ଦେବାକୁ ପ୍ରୋତ୍ସାହିତ କରେ।

ତେବେ ହ୍ୟାକରମାନେ ଯେଉଁ ତଥ୍ୟ ଚୋରି କରିଛନ୍ତି ସେଥିମଧ୍ୟରୁ ଅଧିକାଂଶ ତଥ୍ୟ ସାର୍ବଜନୀନ ଭାବରେ ଉପଲବ୍ଧ ଥିଲା। କିନ୍ତୁ Google ଚେତାବନୀ ଦେଇଛି ଯେ ଗୋଷ୍ଠୀଟି ଅଧିକ ଆକ୍ରମଣ କରିପାରେ। ତେଣୁ ସବୁ ୟୁଜର ସାବଧାନ ରୁହନ୍ତୁ।

ତୁରନ୍ତ କରନ୍ତୁ ଏହି କାମ: ସୂଚନା ଅନୁଯାୟୀ, ଗୁଗୁଲର ଏକ ବ୍ଲଗ୍ ପୋଷ୍ଟରେ  ‘ShinyHunters’ ଏକ ବ୍ରାଣ୍ଡେଡ୍ ଡାଟା ଲିକ୍ ସାଇଟ୍ (DLS) ଲଞ୍ଚ କରି ଏହାର ଚୋରି କୌଶଳକୁ ଆହୁରି ତୀବ୍ର କରିବାକୁ ପ୍ରସ୍ତୁତ ହେଉଛି।

ମାତ୍ର କିଛି ସପ୍ତାହ ପୂର୍ବରୁ ଅଗଷ୍ଟ ୮ ତାରିଖରେ ଗୁଗୁଲ୍ ସମ୍ଭାବ୍ୟ ପ୍ରଭାବିତ Gmail ୟୁଜରମାନଙ୍କୁ ଏକ ଇମେଲ୍ ପଠାଇ ସେମାନଙ୍କୁ ବିଳମ୍ବ ନକରି ସେମାନଙ୍କ ଆକାଉଣ୍ଟର ସୁରକ୍ଷା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲା।

ଟୁ-ଷ୍ଟେପ୍ ଯାଞ୍ଚ ଆପଣଙ୍କ ଆକାଉଣ୍ଟରେ ସୁରକ୍ଷାର ଏକ ଅତିରିକ୍ତ ସ୍ତର ସୃଷ୍ଟି କରେ, ଯାହା ଦ୍ୱାରା ଯଦି କେହି ଆପଣଙ୍କ ଆକାଉଣ୍ଟ ପାସୱାର୍ଡ ଜାଣିଥାନ୍ତି, ତେବେ କେହି ଆପଣଙ୍କ ଆକାଉଣ୍ଟକୁ ହ୍ୟାକ୍ କରିପାରିବେ ନାହିଁ।

ଟୁ-ଷ୍ଟେପ୍ ଯାଞ୍ଚ ପ୍ରୟୋଗ କରିବା ପରେ ପାସୱାର୍ଡ ବ୍ୟତୀତ, ଏକ ଦ୍ୱିତୀୟ କୋଡ୍ ମଧ୍ୟ ଦେବାକୁ ପଡିବ। ଗୁଗୁଲର ଚେତାବନୀ କେବଳ ସେମାନଙ୍କ ପାଇଁ ନୁହେଁ ଯେଉଁମାନେ ଟାର୍ଗେଟ ହୋଇଛନ୍ତି।

ଇମେଲ୍ ଆକାଉଣ୍ଟଗୁଡ଼ିକ ପ୍ରାୟତଃ ବ୍ୟାଙ୍କିଙ୍ଗ୍, ସପିଂ ଏବଂ ସୋସିଆଲ ମିଡିଆ ଲଗଇନ୍ ପାଇଁ ବ୍ୟବହୃତ ହୁଏ। ତେଣୁ ଏକ ହ୍ୟାକ୍ ହୋଇଥିବା Gmail ଅନେକ ବଡ଼ ସମସ୍ୟା ସୃଷ୍ଟି କରିପାରେ।