fbpx

JMFC କୋର୍ଟରେ ହାଜର ହେଲା ଗୋପାଳ ଦାସ: କଡ଼ା ସୁରକ୍ଷାରେ ଆଣି ହାଜର କଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଜେଏମ୍‌ଏଫସି ଆବାସିକ କୋର୍ଟରେ ହାଜର ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଆଣି କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିଥିଲା। କୋର୍ଟରେ ହାଜର ହେବା ପରେ ଗୋପାଳକୁ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଏଏସ୍‌ଆଇ ଗୋପାଳ ଦାସ ଏହି ହତ୍ୟା କରିଛି ବୋଲି ମାନିଥିବା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ତେବେ କ୍ରାଇମବ୍ରାଞ୍ଚର ଆବେଦନ ଉପରେ କୋର୍ଟ କଣ ନିଷ୍ପତି ନେଇଛନ୍ତି ସେ ନେଇ କୌଣସି ମିଳିପାରି ନାହିଁ। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତିଯେ, ଆମେ ତାକୁ ରିମାଣ୍ଡରେ ନେବାକୁ ଆବେଦନ କରିବୁ ଏବଂ ରିମାଣ୍ଡରେ ନେଇ ଜେରା କଲେ ପୂରା ଘଟଣା ଜଣାପଡ଼ିବ। ତେବେ ଘଟଣାର ତଦନ୍ତ ଆମେ ଭଲ ଭାବେ କରିବାକୁ ଚେଷ୍ଟା କରୁଛୁ। ଘଟଣା ବିଷୟରେ ଅଧିକ ତଦନ୍ତ ଅଧିକ ପ୍ରମାଣ ଯୋଗାଡ଼ କରିବାବକୁ ଚେଷ୍ଟା କରିବୁ। ସେହିପରି ସମସ୍ତ ପ୍ରତ୍ୟକ୍ଷଦର୍ଶୀଙ୍କ ଜେରା କରାଯିବ ବୋଲି ଏଡିଜି କଜ୍ହିଥିଲେ।

ଅନ୍ୟପଟେ ମାମଲାର ତଦନ୍ତର ତଦାରଖ କରିବାକୁ ହାଇକୋର୍ଟ ରେଜିଷ୍ଟାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଜିଲ୍ଲାଜଜଙ୍କ ତଦାରଖ ପାଇଁ ଅନୁରୋଧ କରିଛନ୍ତି। ତଦନ୍ତରେ ପୋଲିସ ଅଫିସର ଥିବାରୁ ସ୍ୱଚ୍ଛତା ଅବଲମ୍ବନ କରିବା ଜରୁରୀ ବୋଲି ସରକାର କହିଛନ୍ତି।

Get real time updates directly on you device, subscribe now.