fbpx

(Video)ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ ଗୋପୀଚାନ୍ଦ ଅନ୍ତରୀକ୍ଷରେ ଦେଖାଇଲେ ତ୍ରିରଙ୍ଗା, ଭାଇରାଲ୍ ହେଉଛି ଭିଡିଓ

AAKASH

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରଥମ ମହାକାଶ ପର୍ଯ୍ୟଟକ ଗୋପୀଚନ୍ଦ ଥୋଟାକୁରା ଇତିହାସ ରଚିଛନ୍ତି । ଏପରି କରିବାରେ ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଅଟନ୍ତି । ଯେତେବେଳେ ମହାକାଶ ଯାନ ଉଡାଣ ଭରିବା ଆରମ୍ଭ କରିଥିଲା ସେତେବେଳେ ଗୋପୀଚାନ୍ଦଙ୍କ ହାତରେ ତ୍ରିରଙ୍ଗା ନଜର ଆସିଥିଲା । ଗୋପୀଚାନ୍ଦ ମହାକାଶରେ ନିଜର ଅନୁଭବକୁ ବି ସମସ୍ତଙ୍କ ସହ ସେୟାର କରିଛନ୍ତି । ଏକ ପୋଷ୍ଟ କରି ସେ କହିଛନ୍ତି ଏହା ବହୁତ ଅଦ୍ଭୁତ ଅନୁଭବ ଥିଲା । ସମସ୍ତେ କେବେ ନା କେବେ ଜୀବନରେ ମହାକାଶ ଯାତ୍ରା କରିବା ଉଚିତ । ମହାକାଶରୁ ପୃଥିବୀକୁ ଦେଖିବା ବହୁତ ମଜାଦାର ଥିଲା । ଗୋପୀଚାନ୍ଦଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟିବାରେ ଲାଗିଛି ।

 

View this post on Instagram

 

A post shared by Blue Origin (@blueorigin)

ବ୍ଲୁ ଅରିଜିନର ପର୍ଯ୍ୟଟନ ରକେଟ୍ ପ୍ରାୟ ୨ ବର୍ଷ ପରେ ମହାକାଶକୁ ଉଡାଣ ଭରିଛି । ଏହି ଯାନ ଯାତ୍ରୀଙ୍କୁ ଅନ୍ତରୀକ୍ଷ ମଧ୍ୟରେ ପ୍ରବେଶ କରାଇଛି । ନ୍ୟୁ ସେପର୍ଡ ରକେଟ୍ ଓ କ୍ୟାପସୁଲକୁ ଆମେରିକାର ଟେକ୍ସାସରେ ମଙ୍ଗଳବାର ସକାଳ ୮ଟା୩୦ମିନିଟ୍ ସମୟରେ ୱିଣ୍ଡୋ ଓପନିଂ ଜରିଆରେ ଲଞ୍ଚ କରାଯାଇଛି । ଏହି ମହାକାଶଯାନରେ ମୋଟ ୬ ଯାତ୍ରୀ ଥିଲେ ଯେଉଁମାନଙ୍କ ମଧ୍ୟରେ ଗୋପୀଚାନ୍ଦ ଥୋଟାକୁରା ମଧ୍ୟ ଥିଲେ । ସେ ଚାଳକ ଦଳରେ ଥିଲେ ।

ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀ ତଥା ପାଇଲଟ୍ ଗୋପୀଚାନ୍ଦ ଥୋଟାକୁରା ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍‌ଙ୍କ ବ୍ଲୁ ଅରିଜିନର ଏନଏସ୍ ୨୫ ମିଶନର ଅଂଶ ରୂପରେ ମହାକାଶ ଯିବାରେ ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବରେ ଇତିହାସ ସୃଷ୍ଟି କରିଛନ୍ତି । ବ୍ଲୁ ଅରିଜିନ୍‌ର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ମହାକାଶ ଯାନର ଭିଡିଓ ସେୟାର କରାଯାଇଛି । ଭିଡିଓରେ ଗୋପୀଚାନ୍ଦ ଯାତ୍ରା ସମୟରେ ହାତରେ ତ୍ରିରଙ୍ଗା ଧରିଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି ।
ଭିଡିଓରେ ଦେଖିବାକୁ ମିଳୁଛି ସମସ୍ତ ଯାତ୍ରୀ ମହାକାଶରେ ଅନୁଭବର ଆନନ୍ଦ ଉଠାଉଛନ୍ତି । ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନ ଥିବାରୁ ଯାତ୍ରୀମାନେ ମହାକାଶ ଯାନ ମଧ୍ୟରେ ଶୂନ୍ୟରେ ପହଁରୁଥିବାର ନଜର ଆସୁଛନ୍ତି । ଏହି ସମୟରେ ଗୋପୀଚାନ୍ଦଙ୍କୁ ହାତରେ ତ୍ରିରଙ୍ଗା ଧରିଥିବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.