fbpx
BSKY
BJD MC SKY
BJD MS SKY

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ମହାମାରୀ କାରଣରୁ ସରକାରୀ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଆଡେଣ୍ଡାନ୍ସ ଉପରେ ଲଗାଗଲା ରୋକ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ସମୟରେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ କୁ ବନ୍ଦ କରି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶ ସୁଦ୍ଧା ବାୟୋମେଟ୍ରିକ୍ ଆଡେଣ୍ଡାନ୍ସକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ୩୦ ହଜାର ପାର୍ କରିଛି ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଟୁଇଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ନିଷ୍ପତ୍ତି ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ନିଆଯାଇଛି । ଦେଶରେ ସୋମବାର ଦିନ କୋଭିଡ୍ ସଂକ୍ରମଣ ୩୩ହଜାର ୭୫୦ ନୂତନ ମାମଲା ସାମନାକୁ ଆସିଥିଲା । ସେହିପରି ୧୨୩ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଆକ୍ଟିଭ୍ କେସ୍ ଏବେ ୧, ୪୫,୫୮୨ ରହିଛି ।

Get real time updates directly on you device, subscribe now.