fbpx

ଥଣ୍ଡା-କାଶ ଓ ଜ୍ୱରର ଔଷଧ ନେଉଥିବା ଲୋକଙ୍କ ପାଇଁ ସରକାରଙ୍କ ଗାଇଡ୍ ଲାଇନ୍

ସାରା ଦେଶରେ କରୋନା ଭାଇରସ୍ ତୀବ୍ର ଭାବରେ ମାଡିଚାଲିଛି । ଏହି ମହାମାରୀର ବହୁ ଲକ୍ଷଣ ଥିବା ବେଳେ ଥଣ୍ଡା,କାଶ ଓ ଜ୍ୱର ହେଉଛି ପ୍ରମୁଖ । ଏଥିପାଇଁ ଔଷଧ ନେଉଥିବା ଲୋକଙ୍କ ସୂଚନା ଦେବା ପାଇଁ ଉତ୍ତରପ୍ରଦେଶ ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ବହୁ ଲୋକ କରୋନାକୁ ଲୁଚାଇବାକୁ ଯାଇ ଥଣ୍ଡାର ମେଡିସିନ୍ ଖାଉଛନ୍ତି । ଏଥିପାଇଁ ସରକାରଙ୍କ ଗାଉଡ୍ ଲାଇନରେ କୁହାଯାଇଛି ଯେ, ଯଦି କୌଣସି ବ୍ୟକ୍ତି ଥଣ୍ଡା, କାଶ ଓ ଜ୍ୱର ପାଇଁ ମେଡିସିନ୍ ମାଗେ, ତେବେ ତାଙ୍କର ତଥ୍ୟ ତୁରନ୍ତ ସରକାରଙ୍କୁ ଦିଅନ୍ତୁ । ସରକାରଙ୍କ ଦ୍ୱାରା ଦିଆଯାଇଥିବା ପୋର୍ଟାଲରେ ସନ୍ଧ୍ୟା ୫ଟା ସୁଦ୍ଧା ତଥ୍ୟ ଦେବାକୁ ସମସ୍ତ ମେଡିକାଲ ଷ୍ଟୋରକୁ ସ୍ପଷ୍ଟ ଭାବେ କୁହାଯାଇଛି । ତେବେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସରକାର ଏହି ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି ।

Get real time updates directly on you device, subscribe now.