fbpx

ସରକାରୀ ନିଷ୍ପତ୍ତି । ଅନଲାଇନରେ ମିଳିବ ମଦ,ଜଣଙ୍କୁ ସର୍ବାଧିକ ୫ ଲିଟର

ଭୁବନେଶ୍ୱର : ୫।୫(ଓଡିଶା ଭାସ୍କର):ଲକ ଡାଉନ ୩.୦ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ଏଥିପାଇଁ ସାମଜିକ ଦୂରତା ନିୟମ ପାଳନକୁ କଡାକଡି କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ସୋମବାରଠୁ ଯେଉଁଠି ମଦ ଦୋକନ ଖୋଉଛି ଲମ୍ବା ଧାଡି ଲଗାଉଛନ୍ତି ଲୋକେ । ମଦ ଦୋକାନୀ କଣ ପୁଲିସ ବି ଭିଡ ନିୟନ୍ତ୍ରଣରେ ଫେଲ ମାରୁଛି । ଏଭଳି ଅବସ୍ଥାରେ ମଦ ହୋମ ଡେଲିଭରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏକ ଅନଲାଇନ ପୋଟ୍ରାଲ ଖୋଲାଯାଇଛି । ଯେକେହି ଏଥିରେ ଅର୍ଡର ଦେଇପାରିବେ ।

ଅର୍ଡର ଦେବାର କିଛି ଘଣ୍ଟା ପରେ ମଦ ଆପଣଙ୍କ ଘରେ ପଂହଚିବ । ଏଥିପାଇଁ ଏକ୍ସଟ୍ରାଚାର୍ଜ ବି ଦେବାକୁ ପଡିବ ନାହିଁ । କିନ୍ତୁ ଏଥିପାଇଁ ସର୍ତ୍ତ ରଖାଯାଇଛି । ଜଣେ ସର୍ବାଧିକ ୫ ଲିଟର ମଦର ଅର୍ଡର ଦେଇପାରିବ । ଛତିଶଗଡ ସରକାର ଏହାକୁ କାଲିଠୁ ଲାଗୁକରିବାକୁ ଯାଉଥିବା ବେଳେ ଅନ୍ୟ ରାଜ୍ୟମାନେ ବି ଏହା ଲାଗୁ କରିବାକୁ ଯୋଜନା କରୁଛନ୍ତି ।

Get real time updates directly on you device, subscribe now.