fbpx

୧.୨୫ ପ୍ରତିଶତରୁ ଅଧିକ ସୁଧ ପାଇବେ ବ୍ୟାଙ୍କ ଗ୍ରାହକ: ସରକାରୀ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ପାଇବା ଲକ୍ଷ୍ୟରେ ରହିଥାନ୍ତି । ତେଣୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ସମୟରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ପାଇଁ ଅନେକ ଲୋଭନୀୟ ଅଫର ଲଞ୍ଚ କରାଯାଇଥାଏ । ତେବେ ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ଅବସରରେ ବିଭିନ୍ନ ବ୍ୟାଙ୍କ ନୂଆ ନୂଆ ଅଫର ଆଣିଛନ୍ତି । ଏହାଫଳରେ ଗ୍ରାହକଙ୍କୁ ଏଣିକି ପୂର୍ବାପେକ୍ଷା ଅଧିକ ସୁଧ ମିଳିପାରିବ ।

ସୂଚନା ମୁତାବକ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ସ୍ଥାୟୀ ଜମା (ଏଫଡି) ଦରରେ ୧.୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଅକ୍ଟୋବର ୧୨ରୁ ଏହି ନୂଆ ଦର ଲାଗୁ ହେବ । ବ୍ୟାଙ୍କର ସ୍ପେଶାଲ ସ୍କିମ ଉପରେ ଏହି ସୁଧ ହାର ପ୍ରଦାନ କରାଯିବ । ୪୬ରୁ ୯୦ ଦିନ ପର୍ଯ୍ୟନ୍ତ ଜମା ଉପରେ ୧.୨୫ ପ୍ରତିଶତ ସୁଧ ବୃଦ୍ଧି କରାଯାଇଛି । ଏହାଫଳରେ ବ୍ୟାଙ୍କରେ ଜମା ରଖିବା ପାଇଁ ଅଧିକ ସଂଖ୍ୟକ ଜନସାଧାରଣ ଓ ବ୍ୟବସାୟୀମାନେ ଅଧିକ ମାତ୍ରା ଉତ୍ସାହିତ ହେବେ ।

ଏକ ବର୍ଷର ଜମା ଉପରେ ୬.୫୦ ପ୍ରତିଶତ ସୁଧ ମିଳିବ । ଏକ ବର୍ଷରୁ ଅଧିକ ଅବଧି ପାଇଁ ୬.୨୫ ପ୍ରତିଶତ ସୁଧ ମିଳିବ । ସେହିପରି ବରିଷ୍ଠ ନାଗରିକଙ୍କୁ ୨୦୦ରୁ ୪୦୦ ଦିନର ସ୍ପେଶାଲ ସେଭିଙ୍ଗ ଉପରେ ୭.୫ ପ୍ରତିଶତ ଆକର୍ଷଣୀୟ ସୁଧ ମିଳିବ । ସ୍ୱଳ୍ପ ଅବଧି ଓ ଦୀର୍ଘ ଅବଧି ସେଭିଙ୍ଗ କରୁଥିବା ଗ୍ରାହକ ପାଇଁ ଏହି ସୁଯୋଗ ରହିଛି । ସେହିଭଳି ବ୍ୟାଙ୍କ ଅଫ୍ ବରୋଦା ଏକ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଅବଧିର ଏଫଡିରେ ୫୦ ବିପିଏସ ବୃଦ୍ଧି କରିଛି । ୨-୩ ବର୍ଷ ଅବଧିର ଏଫଡି ଉପରେ ୭.୨୫ ପ୍ରତିଶତ ସୁଧ ମିଳୁଛି । ଏହା ଗତ ୯ ତାରିଖରୁ ଲାଗୁ ହୋଇଯାଇଛି । ସେହିପରି ‘ତ୍ରିରଙ୍ଗା ପ୍ଲଓ- ୩୯୯ ଦିନ’ର ଜମା ଉପରେ ୭.୧୫ ପ୍ରତିଶତ ସୁଧ ମିଳୁଛି ।

Get real time updates directly on you device, subscribe now.