fbpx

ସାମ୍ବାଦିକଙ୍କ ପାଇଁ ବାହାରିଲା ସରକାରୀ ନିଯୁକ୍ତି, ପ୍ରସାର ଭାରତୀ ଭୁବନେଶ୍ୱରରେ ଖାଲି ହେଲା ଅନେକ ପଦବୀ

ଗଣମାଧ୍ୟମ ସେକ୍ଟରରେ କାର୍ଯ୍ୟ କରୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ସମସ୍ତ ସାମ୍ବାଦିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ପ୍ରସାର ଭାରତୀ ତରଫରୁ ଏକ ନିଯୁକ୍ତି ସୁଯୋଗ ଆସିଛି । ଯୁକ୍ତଦୁଇ ଠାରୁ ଆରମ୍ଭ କରି ଗ୍ରାଜୁଏଟ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।

କାଜୁଆଲ ଭିଡିଓ ଏଡିଡର, କାଜୁଆଲ ଏଡିଟୋରିଆଲ ଆସିଷ୍ଟାଣ୍ଟ, କାଜୁଆଲ ପ୍ରଡ୍ୟୁସର, କାଜୁଆଲ ୱେବସାଇଟ ଆସିଷ୍ଟାଣ୍ଟ, କାଜୁଆଲ ନ୍ୟୁଜ ରିଡର- ଓଡ଼ିଆ, କାଜୁଆଲ ନ୍ୟୁଜ ରିପୋର୍ଟର- ଓଡ଼ିଆ ଆଦି ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୩୬ଟି ପଦବୀ ପାଇଁ ବିଜ୍ଞାପନ ବାହାରିଥିବା ବେଳେ ଆସନ୍ତା ୩୧ ତାରିଖ ସୁଦ୍ଧା ଆପଣମାନେ ଏଥିରେ ଆବେଦନ କରିପାରିବେ ।

ଏହି ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ପାଇପାରିବେ । ଆବେଦନକାରୀଙ୍କୁ ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଇ ଆପିଲିକେସନ ଫର୍ମ ଡାଉନଲୋଡ୍ କରିବାକୁ ପଡ଼ିବ । ଏହାପରେ ତା’ର ଏକ ପ୍ରିଣ୍ଟ ଆଉଟ୍ କାଢ଼ି ଫର୍ମ ପୂରଣ କରି ଦିଆଯାଇଥିବା ଠିକଣାରେ ସ୍କିଡ୍ ପୋଷ୍ଟ କରିବାକୁ ପଡ଼ିବ ।

ଅଫିସିଆଲ୍ ୱେବସାଇଟ୍ ଲିଙ୍କ: prasarbharati.gov.in

ନୋଟିଫିକେସନ ଲିଙ୍କ: https://prasarbharati.gov.in/wp-content/uploads/2022/09/Advt-for-empanelment-of-Casual-Assignees-by-RNU-Bhubaneswar-.pdf

Get real time updates directly on you device, subscribe now.