fbpx

ଦୁଇ ମହିଳାଙ୍କର ଖରାପ Video କାହିଁକି ହଟାଯାଇ ନଥିଲା: Twitter ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର?

ନୂଆଦିଲ୍ଲୀ: ମଣିପୁରରେ ଦୁଇଜଣ ମହିଳାଙ୍କ ବିରୋଧରେ ହୋଇଥିବା ଅମାନୁଷିକ ନିର୍ଯାତନାକୁ ନେଇ ସାରା ଦେଶବାସୀଙ୍କ ମୁଣ୍ଡ ଲଜ୍ଜ୍ୟାରେ ନଇଁ ଯାଇଛି । ରାଜ୍ୟ ସରକାର, କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ତେବେ ଉକ୍ତ ଘଟଣାଟି ଗତ ମେ ମାସ ୪ ତାରିଖରେ ଘଟିଥିବା କୁହାଯାଉଛି । ତେବେ ଏହି ଭିଡିଓକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ ହେବାରୁ ରୋକିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ମାମଲାରେ ପୋଲିସ ଏହା ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ପ୍ରୟାସ କରାଯିବ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ୍ ସିଂହ କହିଛନ୍ତି ।

ଏକ ରିପୋର୍ଟ ମୁତାବକ, ଦୁଇ ମହିଳାଙ୍କର ନିର୍ଯାତନା ସମୟର ଭିଡିଓକୁ ଯେଉଁଭଳି ସର୍କୁଲେଟ କରାଗଲା, ତାହା ନିୟମ ବିରୋଧୀ । ଘଟଣାଟି ପାଖପାଖି ଅଢ଼େଇ ମାସ ପୂର୍ବରୁ ଘଟିଥିବା ବେଳେ କିଛିଦିନ ଧରି ତାହା ଭାଇରାଲ ହେବାରେ ଲାଗିଥିଲା । ତେଣୁ ଏହି ଭିଡିଓକୁ ନେଇ କେନ୍ଦ୍ର ସରକାର ଟ୍ୱିଟର ବିରୋଧରେ ଆକ୍ସନ ନେଇ ପାରନ୍ତି । ଆଗକୁ ଭିଡିଓଟି ଯେପରି କୌଣସି ପ୍ଲାଟଫର୍ମରେ ପ୍ରସାରିତ ନହେବ ସେନେଇ ସୁନିଶ୍ଚିତ କରିବା ପାଇଁ ଆଇଟି ମନ୍ତ୍ରଣାଳୟ କାମ କରୁଛି । ଟ୍ୱିଟର ଓ ଅନ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.