fbpx

କେନ୍ଦ୍ର ସରକାର ଲଞ୍ଚ କଲେ ‘ମେରା ବିଲ୍ ମେରା ଅଧିକାର’ ଯୋଜନା, ଜାଣନ୍ତୁ କିପରି ଜିଏସ୍‌ଟି ବିଲ୍ ଆପଣଙ୍କୁ ଜିତାଇବ ୧ କୋଟି ଟଙ୍କା

Advertisement

ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ଉପରେ ସରକାରଙ୍କୁ ନକଲି ବିଲ୍ ଏବଂ ରେଜିଷ୍ଟ୍ରେସନ୍ ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଗତ ମାସରେ ଜିଏସ୍‌ଟି ଅଧିକାରୀମାନେ ଏହା ବିରୋଧରେ ଅଭିଯାନ ମଧ୍ୟ ଚଳାଇଥିଲେ । ଏବେ କିନ୍ତୁ ସରକାର ଟିକିଏ ଭିନ୍ନ ଉପାୟ ଆପଣାଇ ଏଭଳି ଠକାମୀ ରୋକିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏବେ ନକଲି ବିଲ୍ ଦେବା ଏବଂ ଗ୍ରାହକଙ୍କୁ ସଚେତନ କରିବା ପାଇଁ ସରକାର ଏବଂ ନୁଆ ପୁରସ୍କାର ସ୍କିମ୍ ଆଣିଛନ୍ତି, ଯାହା ଦ୍ୱାରା ଲୋକମାନେ ଗୋଟିଏ ବିଲ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଜିତି ପାରିବେ ।

ସରକାର ୧ ସେପ୍ଟେମ୍ବରରୁ ୬ ରାଜ୍ୟ ଏଂବ କେନ୍ଦ୍ର ଶାସିତ ଅଞ୍ଚଳରେ ମେରା ବିଲ୍ ମେରା ଅଧିକାର ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି । ଲୋକମାନେ କୌଣସି ଦୋକାନରୁ ଜିଏସ୍‌ଟି ବିଲ୍ ଆଣି ଏହି ସ୍କିମ୍ ଆପ୍‌ରେ ଅପଲୋଡ କରିବା ପରେ ୧୦ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ଜିତି ପାରିବେ । କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ(CIBC) କହିଛି ଯେ, ଏହି ଯୋଜନାର ଉଦେଶ୍ୟ ହେଉଛି ଲୋକମାନେ କୌଣସି ଦୋକାନରୁ କିଛି କିଣିବା ପରେ ସବୁ ସମୟରେ ବିଲ୍ ମାଗିବାକୁ ପ୍ରେରିତ କରିବା । ଏହି ଯୋଜନା ପ୍ରଥମେ ଗୁଜରାଟ, ଆସାମ ଏବଂ ହରିୟାଣା, ପଡୁଚେରୀ, ଦାମନ ଏବଂ ଡିଉ ଏବଂ ଦାଦ୍ରା ଓ ନଗର ହାବେଳୀରେ ଆରମ୍ଭ ହେବ ।

ସିବିଆଇସି ଏହାର ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି । ଏହା ସହିତ କହିଛି ଯେ, ଲୋକମାନେ ଜିଏସ୍‌ଟି ବିଲ୍ ଅପଲୋଡ କଲେ ସେମାନଙ୍କୁ ତୁରନ୍ତ ନଗଦ ରାଶି ପୁରସ୍କାର ରୂପରେ ମିଳିବ ।

‘ମେରା ବିଲ୍ ମେରା ଅଧିକାର’ ଆପ୍ ଆପଲ୍ ଫୋନ୍‌ର ଆଇଓଏସ୍ ଏବଂ ଆଣ୍ଡ୍ରୋଏଡ୍ ଫୋନ୍ ପ୍ଲେ ଷ୍ଟୋର୍‌ରେ ମଧ୍ୟ ଉପଲବ୍ଧ ଅଛି । ଆପ୍‌ରେ ଅପଲୋଡ କରାଯାଇଥିବା ଇନଭଏସ୍‌ରେ ବିକ୍ରୋତାଙ୍କ ଜିଏସ୍‌ଟି ଇନ୍‌, ଇନଭଏସ୍ ନମ୍ବର, ପେମେଣ୍ଟ କରାଯାଇଥିବା ଟଙ୍କା ଏବଂ ଟ୍ୟାକ୍ସରେ ଦିଆଯାଇଥିବା ଟଙ୍କାର ସୂଚନା ରହିବା ଜରୁରୀ । ଜଣେ ବ୍ୟକ୍ତି ଗୋଟିଏ ମାସରେ ସର୍ବାଧିକ ୨୫ ଟି ବିଲ୍ ଅପଲୋଡ କରିପାରିବେ, ଯାହାର ସର୍ବନିମ୍ନ ମୂଲ୍ୟ ୨୦୦ ଟଙ୍କା ହୋଇଥିବ ।

Get real time updates directly on you device, subscribe now.