fbpx

ସରକାର ଦେବେ ମାଗଣା ବିଜୁଳି: ଏହିମାନଙ୍କୁ ମିଳିବ ସୁବିଧା… ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଆସନ୍ତାକାଲି ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏହାପୂର୍ବରୁ ସରକାର ସାଧାରଣ ଲୋକଙ୍କ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି । ମାଗଣା ବିଜୁଳି ଯୋଜନା ଅଧୀନରେ ବିଜୁଳି ଯୋଗାଣ କମ୍ପାନୀ ଡିସ୍କମକୁ ୪,୯୫୦ କୋଟି ଟଙ୍କାର ପ୍ରୋତ୍ସାହନ ଦେବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କ ଅନୁସାରେ, ଡିସ୍କମକୁ ଇନସେଣ୍ୟିଭ ଦେବାର କ୍ରାଇଟେରିଆରେ ବେସଲାଇନ୍ ଲେବୁଲରୁ ଭିନ୍ନ ଏକ ଆଡିସନାଲ ଗ୍ରୀଡ-କନେକ୍ଟେଡ ରୁଫ୍ ଟପ୍ ସୋଲାର କାପାସିଟିର ଇନଷ୍ଟାଲାଇଜେସନର ଆଚିଭମେଣ୍ଟ ସାମିଲ ରହିଛି । ମନ୍ତ୍ରାଳୟ ଅନୁସାରେ, ଏହି ଯୋଜନାର ଖର୍ଚ୍ଚ ୭୫, ୦୨୧ କୋଟି ଟଙ୍କା ରହିଛି ଏବଂ ଏହାକୁ ଆର୍ଥିକ ବର୍ଷ ୨୦୨୬-୨୭ ପର୍ଯ୍ୟନ୍ତ ଲାଗୁ କରାଯିବ । ଏହି ଯୋଜନା ଅଧୀନରେ ଡିସ୍କମକୁ ରାଜ୍ୟ କାର୍ଯ୍ୟନ୍ୱୟନ ଏଜେନ୍ସି(ଏସଆଇଏ) ଭାବରେ ନାମିତ କରାଯାଇଛି । ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ହିତାଧିକାରୀ ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ନିଜ ବିଜୁଳି ବିଲ ଫ୍ରି କରିପାରିବେ । ଏହି ଯୋଜନାରେ ୧ କୋଟି ଘରକୁ ମାସିକ ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ପାଇଁ ସରକାର ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିଥାଏ । ଏହାବ୍ୟତୀତ ଏଥିରେ ୨୫ ବର୍ଷର ୱାରେଣ୍ଟି ମଧ୍ୟ ଦେଇଥାନ୍ତି ସରକାର ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ପ୍ରଥମେ ଏହାର ଅଫିସିଆଲ ୱେବସାଇଟ pmsuryaghar.gov.in କୁ ଯାଆନ୍ତୁ । ଏହାପରେ ନିଜ ରାଜ୍ୟ ଚୟନ କରନ୍ତୁ ଏବଂ ନିଜର ବିଜୁଳି ଯୋଗାଣ କମ୍ପାନୀ ଚୟନ କରନ୍ତୁ । ମୋବାଇଲରେ ଆସିଥିବା ଓଟିପି ଦେଇ କାପଚା ଲେଖିବା ପରେ ସବମିଟରେ କ୍ଲିକ କରନ୍ତୁ । ଏହାପରେ ଜଣେ ଗ୍ରାହକ ରୁଫ୍ ଟପ୍ ସୋଲାର ପାଇଁ ଆବେଦନ କରିପାରିବେ । ଅନଲାଇନ କରିବା ପୂର୍ବରୁ ହିତାଧିକାରୀଙ୍କ ପାଖରେ ଆଧାର କାର୍ଡ, ମୋବାଇଲ ନମ୍ବର, ବିଜୁଳି ବିଲ, ରାସନ୍ କାର୍ଡ, ଆୟ ପ୍ରମାଣପତ୍ର, ଫଟୋ, ଶପଥ ପତ୍ର ଏବଂ ନିବାସ ପ୍ରମାଣପତ୍ର ଇତ୍ୟାଦି ତଥ୍ୟ ରହିବା ଆବଶ୍ୟକ ।

Get real time updates directly on you device, subscribe now.