fbpx

ଡିସେମ୍ବର ୧୨ରୁ GPAI Summit 2023, ବ୍ଲଗ୍ ମାଧ୍ୟମରେ ନିମନ୍ତ୍ରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଡିସେମ୍ବର ୧୨ରୁ ଭାରତରେ ଗ୍ଲୋବାଲ ପାର୍ଟନର୍ଶିପ ଅନ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମିଟ୍‌(GPAI Summit ) ୨୦୨୩ ଆରମ୍ଭ ହେବାକୁ ଯାଉଛି । ଏହି ଶିଖର ସମ୍ମିଳନୀରେ ବିଶ୍ୱର କୋଣ ଅନୁକୋଣରୁ Tech enthusiast ଏବଂ Stakeholdersମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ଆୟୋଜିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା କରାଯିବ ।

ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍‌(AI)କୁ ନେଇ ସବୁଆଡ଼େ ଚର୍ଚ୍ଚା । ଏହି ବିଷୟକୁ ନେଇ ଡିସେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ GPAI Summit୨୦୨୩ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବ୍ଲଗ୍ ଲେଖିଛନ୍ତି, ‘ଆପଣମାନେ ଏଭଳି ଏକ ପ୍ଲାଟଫର୍ମର ଅଂଶ ହେବା ପସନ୍ଦ କରିବେ ବୋଲି ମୋର ବିଶ୍ୱାସ । ନୂତନ ଉଦ୍ଭାବନ ଏବଂ ମାନବ ପ୍ରଚେଷ୍ଟାର ଶକ୍ତି ଆମ ଜୀବନକୁ ଏମିତି ମୋଡ଼ରେ ଆଣି ଛିଡ଼ା କରିଦେଇଛି ଯାହାର କେବେ କଳ୍ପନା ବି କରିନଥିଲୁ । AI ସେଥିମଧ୍ୟରୁ ଅନ୍ୟତମ । ଏହି ଯୁଗନ୍ତକାରୀ ପ୍ରଯୁକ୍ତିବିଦ୍ୟା ବର୍ତ୍ତମାନ ଭାରତର ଯୁବବର୍ଗଙ୍କ ପାଖରେ ଅଛି ।’ ଏହା ବ୍ୟତୀତତAI ଏବଂ ଭାରତକୁ ନେଇ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି । ଏହି ବ୍ଲଗ୍ ମାଧ୍ୟମରେ ବିଶ୍ୱର କୋଣ ଅନୁକୋଣରୁ Tech enthusiast ଏବଂ Stakeholdersମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ବ୍ଲଗ୍‌କୁ ଲିଙ୍କଡ଼୍ ଇନ୍‌ରେ ମଧ୍ୟ ଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।

 

Get real time updates directly on you device, subscribe now.