fbpx

ଖସିପଡିଲା ଏକ ନିର୍ମାଣାଧୀନ କୋଠାର ଲିଫ୍ଟ, ୪ ମୃୃତ ୫ ଗୁରୁତର

ଗ୍ରେଟର ନୋଏଡା: ଏଠାରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ନିର୍ମାଣାଧୀନ ଏକ ବିଲ୍ଡିଂର ଲିଫ୍ଟ ଭାଙ୍ଗିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । କୁହାଯାଉଛି ଏହି ନିର୍ମାଣଧୀନ କୋଠାଟି ଆମ୍ରପଲ୍ଲୀ ଗ୍ରୁପର ଥିଲା । ଏହାକୁ ଏନବିସିସି ଟେକଓଭର କରି ନେଇଥିଲା । ଏହି ଦୁର୍ଘଟଣା ପରେ ପ୍ରଶାସନ ବିଲ୍ଡିଂକୁ ସିଲ୍ କରି ଦେଇଛନ୍ତି । ଏବେ ସେଠାରେ ବହୁ ସଂଖ୍ୟାରେ ପୋଲିସ ନିୟୋଜିତ ହୋଇଛନ୍ତି ଓ ନିର୍ମାଣଧୀନ ଏହି କୋଠାକୁ ଖାଲି କରାଯାଉଛି ।

ଗ୍ରେଟର ନୋଏଡା ଥାନା ବିସରଖ ଅଞ୍ଚଳରେ ଆମ୍ରପଲ୍ଲୀ ଡ୍ରିମ ଭ୍ୟାଲି ହାଉସିଂ ସୋସାଇଟିରେ ଅଚାନକ ବିଲ୍ଡିଂର ଲିଫ୍ଟ ଭାଙ୍ଗି ପଡିଥିଲା । ଏହି ସମୟରେ ଲିଫ୍ଟରେ ୯ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ଲାଗି ଜ୍ଲ୍ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଶାସନ କହିଛି ଏହି ଘଟଣାରେ ଦାୟିତ୍ୱହୀନତା ପାଇଁ ବିଲ୍ଡରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.