fbpx

ଆମ୍ବୁଲାନ୍ସରେ ବରଯାତ୍ରୀଙ୍କୁ ଧରି ପହଞ୍ଚିଲା ବର, ଷ୍ଟ୍ରେଚରରେ ବସି କନ୍ୟା ସହ କଲେ ବେଦୀ ପରିକ୍ରମା

AAKASH

ପଲାମୁ: ବିବାହକୁ ସ୍ମରଣୀୟ କରିବା ଲାଗି କିଏ କେତେପ୍ରକାର ପ୍ରୟାସ କରିଥାନ୍ତି । କିନ୍ତୁ ଏବେ ଝାରଖଣ୍ଡର ପଲାମୁରୁ ଏପରି ଏକ ବିବାହର ଚିତ୍ର ସାମନାକୁ ଆସିଛି ଯାହା ଦେଖିବା ପରେ ଆପଣଙ୍କୁ ଏହା କୌଣସି ଏକ ଫିଲ୍ମର କାହାଣୀ ପରି ମନେ ହେବ । ଏଠାରେ ବର ଆମ୍ବୁଲାନ୍ସରେ ବରଯାତ୍ରୀଙ୍କୁ ଧରି କନ୍ୟା ଘରେ ପହଞ୍ଚିଛି ଓ ସେଠାରେ ଷ୍ଟ୍ରେଚରରେ ବସି କନ୍ୟା ସହ ବେଦୀ ପରିକ୍ରମା କରିଛି । ବିବାହର ଏହି ଅଜବ ଚିତ୍ର ମେଦିନୀନଗରର ଶାହପୁରସ୍ଥିତ କୋଏଲ ରିଭର ବ୍ଲୁ ହୋଟେଲରେ ଦେଖିବାକୁ ମିଳିଛି । ତେବେ ଏହାପଛରେ ଯେଉଁ କାହାଣୀ ରହିଛି ତାହା ଜାଣିଲେ ଆପଣ ବରକୁ ସାବାସୀ ନ ଦେଇ ରହିପାରିବେ ନାହିଁ ।

ଘଟଣାଟି ହେଉଛି ୨୫ ଜୁନ଼୍୍ରେ ଗଡବା ଜିଲ୍ଲା କାଣ୍ଡୀ ଗ୍ରାମର ଚନ୍ଦ୍ରେଶ ମିଶ୍ରାଙ୍କର ବିବାହ ପନେରୀ ବାନ୍ଧ ନିବାସୀ ପ୍ରେରଣା ମିଶ୍ରାଙ୍କ ସହ ସ୍ଥିର ହୋଇଥିଲା । ଦୁଇ ପରିବାର ବିବାହକୁ ନେଇ ବେଶ୍ ଉତ୍ସାହିତ ଥିଲେ । କିନ୍ତୁ ବିବାହର କିଛି ଦିନ ପୂର୍ବରୁ ଚନ୍ଦ୍ରେଶଙ୍କର ଆକ୍ସିଡେଣ୍ଟ ହୋଇଗଲା । ଏହି ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯାଇଥଲା । ଡାକ୍ତର କହିଥିଲେ ତାଙ୍କର ଏହି ଗୋଡ ଠିକ୍ ହେବାରେ କିଛି ସମୟ ଲାଗିବ । ଏହି କାରଣରୁ ଘର ଲୋକେ ବିବାହ ତାରିଖ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବିବାହ ଲାଗି ହୋଟେଲ୍ ଆଦିର ବୁକିଂରେ କନ୍ୟା ପକ୍ଷରୁ ବହୁତ ପଇସା ଖର୍ଚ୍ଚ ହୋଇଯାଇଥିଲା ।

ଏପରି ସ୍ଥିତିରେ ବାହାଘର ଘୁଞ୍ଚାଇ ଦିଆଯାଇଥିଲେ କନ୍ୟା ପକ୍ଷକୁ ଆହୁରି ଖର୍ଚ୍ଚାନ୍ତ ହେବାକୁ ପଡିଥାନ୍ତା । ଏହାକୁ ଅନୁଭବ କରି ବର ନିଷ୍ପତ୍ତି ନେଇଥିଲେ କି ସେ ଧାର୍ଯ୍ୟ ତିଥିରେ ହିଁ ବିବାହ କରିବେ । ଏଣୁ ବର ଚାଲିପାରୁ ନ ଥିବାରୁ ଆମ୍ବୁଲାନ୍ସରେ ବସି ବିବାହ ମଣ୍ଡପକୁ ଯାଇଥିଲେ । ପରେ ବରଙ୍କୁ ଷ୍ଟ୍ରେଚରରେ ବସାଇ ବିବାହ ମଣ୍ଡପକୁ ନିଆଯାଇଥଲା । ଏବେ ଏହି ଅଭିନବ ବିବାହକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଖେଳିଯାଇଛି । ସମସ୍ତେ ଯୁବକଙ୍କର ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସାକରୁଛନ୍ତି ।

Get real time updates directly on you device, subscribe now.