ଦିନସାରା ଇନଷ୍ଟା ରିଲ୍ସ କରୁଥିଲେ କନ୍ୟା, ବିବାହର ଗୋଟିଏ ଦିନ ପୂର୍ବରୁ ବର ଭାଙ୍ଗିଲା ସମ୍ପର୍କ

ଇନଷ୍ଟାଗ୍ରାମ ରିଲ୍ସ କରୁଥିଲେ ହୋଇଯାଆନ୍ତୁ ସାବଧାନ! ଭାଙ୍ଗି ଯାଇପାରେ ବିବାହ ।

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହଜନପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଇନଷ୍ଟାଗ୍ରାମ ପାଇଁ ଯୁବତୀଙ୍କର ବାହାଘର ଭାଙ୍ଗିଯାଇଥିବା କୁହାଯାଇଛି ।

ଦିନସାରା ଇନଷ୍ଟା ରିଲ୍ସ କରୁଛନ୍ତି ଯୁବତୀ-   ଏନେଇ ଯୁବକଜଣକ ମଧ୍ୟ ଅଜବ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯୁବତୀଜଣକ ଦିନସାରା ଇନଷ୍ଟାଗ୍ରାମରେ ରିଲ୍ସ କରନ୍ତି ଏବଂ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି, ତେଣୁ ଏହି ବାହାଘର ଭାଙ୍ଗିବା ପାଇଁ ସ୍ଥିର କରିଛି ।

କିନ୍ତୁ କନ୍ୟାର ବୟାନ କିଛି ଅଲଗା ରହିଛି । ବାହାଘରର ଠିକ ପୂର୍ବରୁ ସେମାନେ ଯୌତୁକ ମାଗିବାରୁ ଭାଙ୍ଗିଯାଇଥିବା କହିଛନ୍ତି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ୟୁପିର କାଣ୍ଟ ଥାନା ଅଞ୍ଚଳର ଏହି ମାମଲା । ମିଡିଆ ରିପୋର୍ଟ ଅନୁସାରେ, ଅଗଷ୍ଟ 10 ତାରିଖରେ ନିର୍ବନ୍ଧ ହୋଇଥିବା ବେଳେ ଫେବୃଆରୀ 16 ତାରିଖରେ ବିବାହ ହେବାର ଥିଲା ।

ଯୌତୁକରେ ମାଗିଥିଲେ ମାରୁତି ସ୍ବିଫ୍ଟ- କିନ୍ତୁ ଗୋଟିଏ ଦିନ ପୂର୍ବରୁ ବର ଘର ଲୋକେ ଫୋନ କରି ଯୌତୁକ ମାଗିଥିଲେ । ମାରୁତି ସ୍ବିଫ୍ଚ କାର ଦରକାର ବୋଲି କହିଥିଲେ । କିନ୍ତୁ କନ୍ୟା ପକ୍ଷ ଏଥିରେ ରାଜି ନହେବା କାରଣରୁ ବାହାଘର ଭାଙ୍ଗିଦେଇଥିବା କଥା କହିଛନ୍ତି ।

ତେବେ ଇନଷ୍ଟାଗ୍ରାମରେ ରିଲ୍ସ କରି ଛାଡିବା କାରଣରୁ ଖରାପ କମେଣ୍ଟ ଆସୁଥିଲା । ଏନେଇ ମନା କରିବା ସତ୍ତ୍ବେ ମଧ୍ୟ ମହିଳା ଜଣକ ରାଜି ନହେବାରୁ ବାହାଘର ଭାଙ୍ଗି ଦେଇଥିବା କଥା କହିଛନ୍ତି ବର ପକ୍ଷ ।