ଚୋଲି କେ ପିଛେ କ୍ୟା ହେ ଗୀତରେ ଡ୍ୟାନ୍ସ କଲେ ବର, ରାଗିଯାଇ ବାହାଘର ଭାଙ୍ଗିଦେଲେ ଶ୍ୱଶୁର
ଶିଶୂପାଳ ହୋଇ ଘରକୁ ଫେରିଲା ବର। ବାହାଘର ଭାଙ୍ଗିଦେଲା ବଲିଉଡ୍ ଗୀତ। ଯେତେ ନେହୁରା ହେଲେ ବି ରାଜି ହେଲେନି ଶ୍ୱଶୁର। ଚୋଲି କେ ପିଛେ କ୍ୟା ହେ ଗୀତ ବରଙ୍କୁ ପଡିଲା ମହଙ୍ଗା।
ନୂଆଦିଲ୍ଲୀ: କଥାରେ ଅଛି ବାହାଘର ଜୀବନରେ ଥରେ ଆସେ। ଅବଶ୍ୟ ଆଜିକା ଦିନରେ ଏହି କଥାର କିଛି ଅର୍ଥ ନାହିଁ। କିନ୍ତୁ ବାହାଘରର ମଜା ଉଠାଇବାକୁ ସମସ୍ତଙ୍କର ଇଚ୍ଛା। ଆଉ ଏବେ କନିଆ ଠାରୁ ଆରମ୍ଭ କରି ବର ସମସ୍ତେ ବାହାଘରରେ ନାଚ ଗୀତରେ ଝୁମୁଛନ୍ତି।ବିଶେଷ କରି ବରଯାତ୍ରୀ ନାଚ ବାହାଘରର ମୁଖ୍ୟ ଆକର୍ଷଣ।
ବରଯାତ୍ରୀଙ୍କ ସହ ଏବେ ବରବି ନାଚିଲେଣି। ଠିକ୍ ସେହିପରି ଦିଲ୍ଲୀର ଜଣେ ବର ବାହା ହେବାକୁ ଯିବା ବେଳେ ଅତି ଫେମସ ଗୀତ ଚୋଲି କେ ପିଛେ କ୍ୟା ହୈ। ଗୀତରେ ବରଯାତ୍ରୀ ଡ୍ୟାନ୍ସ କରିଥିଲେ। ଯାହା କି ତାଙ୍କ ପାଇଁ ଅଭିଶାପ ସାବ୍ୟସ୍ତ ହୋଇଛି। ଅର୍ଥାତ୍ ଏହି ନାଚ ପାଇଁ ତାଙ୍କ ବାହାଘର ଭାଙ୍ଗିଯାଇଛି।
ବରଯାତ୍ରୀ ଡ୍ୟାନ୍ସ: ବରଯାତ୍ରୀ ଡ୍ୟାନ୍ସ ନାଁ ଶୁଣିଲେ ସମସ୍ତଙ୍କ ପାଦ ନାଚିବା ପାଇଁ ଉଠିଯାଏ। ନାଁ ଏଥିରେ କୌଣସି ତାଳର ଆବଶ୍ୟକତା ଥାଏ ନା କୌଣସି ଲୟର। ଯାହାକୁ ଯେମିତି ଆସିଲା ହାତ ଗୋଡ଼ ହଲାଇଲା।
ଆଉ ଏହି ବରଯାତ୍ରୀ ଡ୍ୟାନ୍ସରେ କିଏ ତଳେ ଗଡିଯାଏ ତ ଆଉ କିଏ ମୁଣ୍ଡରେ ଓଢଣୀ ପକାଇ ନାଚେ। ଏପରିକି ବରକୁ କାନ୍ଧରେ ବସାଇ ନାଚୁଥିବାର ଅନେକ ସମୟରେ ଦିଖିବାକୁ ମିଳେ। କିଛି ସ୍ଥାନରେ ବର ନିଜେ ମଧ୍ୟ ସାଙ୍ଗ ମାନଙ୍କ ସହ ମିଶି ବରଯାତ୍ରୀ ଡ୍ୟାନ୍ସ କରେ। ହେଲେ ଏବେ ସେହି ଡ୍ୟାନ୍ସ ଜଣେ ଡବରକୁ ଶିଶୁପାଳ କରିଦେଇଛି।
କାହିଁକି ଭାଙ୍ଗିଲା ବାହାଘର: ଘଟଣା ହେଉଛି ଦିଲ୍ଲୀର। ଯେଉଁଠାରେ ଏକ ବାହାଘରର ଆୟୋଜନ ଚାଲିଥିଲା। ବରଯାତ୍ରୀ ବି ଆସି ପହଞ୍ଚି ସାରିଥିଲେ। କିନ୍ତୁ ହଠାତ୍ ବାହାଘରଟି ଭାଙ୍ଗିଯାଇଥିଲା।
ଘଟଣା ସମ୍ପର୍କରେ ଯେତେବେଳେ ଜଣା ପଡିଲା ତାହା ସମସ୍ତଙ୍କ ହୋସ୍ ଉଡ଼ାଇଦେଲା। କାରଣ ବରଯାତ୍ରୀଙ୍କ ସହ ବର ଡ୍ୟାନ୍ସ କରୁଥିଲେ। ତାହା ପୁଣି ଚୋଲି କେ ପିଛେ କ୍ୟା ହୈ ଗୀତରେ। ଯେଉଁଥିରେ କନିଆର ବାପା ରାଗିଯାଇଥିଲେ। ଆଉ ବାହାଘର ଭାଙ୍ଗି ଦେଇଥିଲେ।
ବିବାହ ଭାଙ୍ଗିବାକୁ ନେଇ କନ୍ୟା ଭୋ ଭୋ ହୋଇ କାନ୍ଦିଥିଲେ ହେଁ ବାପାଙ୍କ ମନ ତରଳି ନଥିଲା। ବର ଶ୍ୱଶୁରଙ୍କ ଗୋଡ଼ହାତ ଧରି କ୍ଷମା ମାଗିଥିଲେ ବି ବିବାହକୁ ନ କରାଇବା ପାଇଁ ଜିଦ୍ ଧରିଥିଲେ ଭାବି ଶ୍ୱଶୁର । ଆଉ ଅଧାରେ ରହିଲା ବାହାଘର , ଶିଶୂପାଳ ହୋଇ ଘରକୁ ଫେରିଲା ବର ।
କମେଣ୍ଟ: ତେବେ ସୋସିଆଲ୍ ମିଡ଼ିଆ ଏକ୍ସରେ ଏକ ଇଂରାଜୀ ଖବରକାଗଜର ଫ୍ରଣ୍ଟ୍ ଲାଇନରେ ଥିବା ଖବରଟି ଏବେ ଭାଇରାଲ୍ ହେବାରେ ଲାଗିଛି। ତେଣୁ ୟୁଜର୍ସ କମେଣ୍ଟରେ ଲେଖୁଛନ୍ତି ଯେ , ସାଙ୍ଗମାନଙ୍କ ପାଇଁ ବର ହେଲା ବଦନାମ୍ ।
ଆଉ କିଏ ଲେଖୁଛନ୍ତି ‘ଗ୍ରୁମ୍ ଅଫ୍ ଦି ଇୟର୍’। ଅନ୍ୟଜଣେ ୟୁଜର ଲେଖିଛନ୍ତି , ଆରେଞ୍ଜ ମ୍ୟାରେଜ୍ ଥିଲା ନା ଏଲିମିନେସନ୍ ରାଉଣ୍ଡ ଚାଲିଥିଲା ଯେ ଶ୍ୱଶୁର ବାହାଘର ଭାଙ୍ଗିଦେଲେ?