fbpx

ଅସଞ୍ଜତ ଅବସ୍ଥାରୁ ଅଶାନ୍ତ ଗଞ୍ଜାମ, ଗୋଷ୍ଠୀ ସଂଘର୍ଷରେ ୬ ଗୁରୁତର

Advertisement

ହିଞ୍ଜିଳିକାଟୁ(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପଞ୍ଚୁଦୋଳ ସାହି ଅଶାନ୍ତ ହୋଇପଡ଼ିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗାଁରେ ଖଣ୍ଡା ବୁଲିବା ସହ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିଛି । ଫଳରେ ବ୍ରାହ୍ମଣଛାଇ ସରପଞ୍ଚ ସତ୍ୟନାରାୟଣ ପୃଷ୍ଟିଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ପ୍ରାୟ ୨ ମାସ ତଳେ ଗ୍ରାମର ଏକ ପ୍ରେମୀଯୁଗଳଙ୍କୁ ଅସଞ୍ଜତ ଅବସ୍ଥାରେ ଲୋକେ ଠାବ କରିବା ସହ ପୋଲିସ୍ ଜିମା ଦେଇଥିଲେ । ପରେ ଗାଁ ମୁରବୀ ଶ୍ରେଣୀୟ ବ୍ୟକ୍ତି ଓ ଉଭୟ ପରିବାର ଲୋକେ ଥାନାରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁ ଥାନାରେ ସମସ୍ତଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା । ତେବେ ବୁଧବାର ରାତିରେ ଏହି ଘଟଣାକୁ ନେଇ ଉଭୟ ପୁଅ ଓ ଝିଅ ଘର ସମର୍ôଥତ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ପରେ ଏହା ଗଣ୍ଡଗୋଳର ରୂପ ନେବା ସହ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା ।

ଏପରିକି କେତେକ ବ୍ୟକ୍ତି ଗାଁରୁ ବିଦ୍ୟୁତ୍ ସଂଯୋଗ କାଟି ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିଥିଲେ। ସରପଞ୍ଚ ସତ୍ୟନାରାୟଣ ପହଞ୍ଚି ଗଣ୍ଡଗୋଳ ସମାଧାନ କରିବାକୁ ଉଦ୍ୟମ କରିବାବେଳେ ସେ ମଧ୍ୟ ଖଣ୍ଡା ଚୋଟ ଖାଇଥିଲେ । ଅନ୍ୟ ଗୁରୁତର ଆହତମାନେ ହେଲେ ଚନ୍ଦନ ପ୍ରଧାନ, କୃଷ୍ଣ ପ୍ରଧାନ, ସ୍ୱରାଜ ପ୍ରଧାନ, ଶିବ ପ୍ରଧାନ ଓ ସମୀର ପ୍ରଧାନ । ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.