fbpx

କେନ୍ଦ୍ରକୁ ଘାରିଛି ପିଆଜ ଚିନ୍ତା, ଶାହାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ

ନୂଆଦିଲ୍ଲୀ,୫ ।୧୨: ଦେଶରେ ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ଦେଶରେ ପିଆଜ ଦର କିଲୋ ପ୍ରତି ୧୦୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି । ପିଆଜ ଦରବୃଦ୍ଧିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ କ୍ୟାବିନେଟ ସଚିବ ରାଜୀବ ଉପସ୍ଥିତ ରହିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ପିକେ ସିହ୍ନା ମଧ୍ୟ ସାମିଲ ହୋଇଛନ୍ତି । ପିଆଜ ଦରବୃଦ୍ଧିକୁ ନେଇ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ଗୃହରେ ତୃଣମୂଳ କଂଗ୍ରେସର ସୁଦୀପ ବନ୍ଦୋପାଧ୍ୟାୟ ଦେଶରେ ବଢୁଥିବା ପିଆଜ ଦରକୁ ନେଇ ସ୍ୱର ଉଠାଇଥିଲେ । ଏହା ସହ ଦେଶରେ କଳାବଜାରି ଉପରେ ରୋକ୍ ଲଗାଇବାକୁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.