fbpx

ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ; ଲୁହା ରଡ଼ରେ ପିଟିଲେ, କ୍ଷତରେ ଲୁଣ ପକାଇ ବାଇକ୍ ଚଢ଼ାଇଦେଲେ

Advertisement

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତମ ନଗରରୁ ଆସିଲା ସାଙ୍ଘାତିକ ଖବର। ଚୋର ସନ୍ଦେହରେ ଯୁବକଙ୍କୁ ଜଘନ୍ୟ ହତ୍ୟାକାଣ୍ଡ।  ପ୍ରଥମେ ବାଡ଼ି ଓ ରଡରେ ମାଡ଼ ମାରି ଫଟେଇଦେଲେ ଏତିକିରୁ ମନ ବୁଝିଲାନି ଆହତ ଯୁବକଙ୍କ କ୍ଷତରେ ଲୁଣ ଢାଳି ବାଇକ୍ ଚଢାଇଦେଲେ। ତଥାପି ତାଙ୍କ ମନ ଭରି ନଥିଲା। ଦୁର୍ବୃତ୍ତମାନେ ଯୁବକଙ୍କ ପ୍ରାଇଭେଟ ପାର୍ଟକୁ ଗୋଇଠା ମାରି ଦଳି ଦେଇଥିଲେ। ଏହା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ରାସ୍ତାରେ ଲୋକ ଠିଆ ହୋଇ କେବଳ ଦେଖୁଥିଲେ। ଭିଡ଼ ଭିତରେ କେହି ଯୁବକଙ୍କୁ ଦୁର୍ବୃତ୍ତଙ୍କ କବଳରୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ।

ପୋଲିସ ଏକ ପିସିଆର୍ କଲ୍ ଜରିଆରେ ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ବେଳକୁ ଯୁବକଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ହେଉଛନ୍ତି ୨୬ ବର୍ଷୀୟ (କରଣ)। ପୋଲିସ ହତ୍ୟା ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ମାମଲା ରୁଜୁ ହେବା ପରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଓ ଜଣେ ମହିଳା ଅଛନ୍ତି।

ଏହି ଜଘନ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଟିମ୍ ସେଠାରେ ଚଢ଼ଉ ଜାରି ରଖିଛି। ଡିସିପି ଅଙ୍କିତ ସିଂ କହିଛନ୍ତି ଯେ କରଣଙ୍କ ବିରୋଧରେ ଗୁରୁତର ଦଫାରେ ମାମଲା ରୁଜୁ ହୋଇଥିଲା। ଡିସିପିଙ୍କ କହିବା ନୁସାରେ, ମେ ୧୮ ତାରିଖ ରାତିରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ପୋଲିସକୁ ଖବର ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବକଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଯୁବକଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା।

 

Get real time updates directly on you device, subscribe now.