ମହଙ୍ଗା ହୋଇଗଲା ସିଗାରେଟ- ତମାଖୁ, ଦେବାକୁ ପଡ଼ିବ ୪୦% ଟ୍ୟାକ୍ସ, ପକେଟ୍‌ରେ ପଡ଼ିବ ସିଧାସଳଖ ପ୍ରଭାବ

ସିଗାରେଟ୍‌-ପାନ ମସଲା ଉପରେ ବଡ଼ ପ୍ରହାର

ନୂଆଦିଲ୍ଲୀ:ଜିଏସଟି ପରିଷଦର ବୈଠକରେ ସାଧାରଣ ଗ୍ରାହକଙ୍କ ସହ ଜଡ଼ିତ ବଡ଼ ନିଷ୍ପତି ଘୋଷଣା କରାଯାଇଛି। କେଉଁଥିରେ ଆମକୁ ଦେବାକୁ ପଡ଼ିବ ଟ୍ୟାକ୍ସ କେଉଁଥିରେ ନୁହେଁ। ୫୬ ତମ ଜିଏସଟି କାଉନସିଲ ବୈଠକରେ ନିଆଯାଇଛି ନିଷ୍ପତି।

ଏବେ ସିଗାରେଟ୍‌, ଗୁଟଖା, ପାନ ମସଲା, ଏବଂ ତମ୍ବାଖୁରେ ଟ୍ୟାକ୍ସର ବୋଝ ଆହୁରି ବଢ଼ି। ସରକାର ଏହିସବୁ ସାମଗ୍ରୀ ଉପରେ ଜିଏସଟି ବଢ଼ାଇ ୨୮%ରୁ ସିଧାସଳଖ ୪୦% କରିଛନ୍ତି। ନୂଆ ଦର ୨୨ ସେପ୍ଟେମ୍ବରରୁ ଲାଗୁ କରାଯିବ।

କେବଳ ତମ୍ବାଖୁ ନୁହେଁ ଅନ୍ୟ କେତେକ ଜିନିଷରେ ମଧ୍ୟ ବଢ଼ିଛି ଜିଏସଟି। ଯେପରିକି ବିଳାସପୂର୍ଣ୍ଣ କାର, ଫାଷ୍ଟ ଫୁଡ୍‌, ମିଠା ଚିନି ପାନୀୟ ଉପରେ ୪୦ ପ୍ରତିଶତ ଟିକସ ଲାଗୁ ହେବ। ଯେଉଁମାନଙ୍କର ମହାଙ୍ଗା ଶକ୍ ଥିବ ସେମାନଙ୍କୁ ଏବେ ଆହୁରି ମହଙ୍ଗା ପଡ଼ିବ ଏହି ଟ୍ୟାକ୍ସ।

ସିଗାରେଟ୍‌-ପାନ ମସଲା ଉପରେ ବଡ଼ ପ୍ରହାର

ସରକାରଙ୍କ ଏହି ନିଷ୍ପତି ସାଧାରଣ ଲୋକଙ୍କ ପକେଟରେ ସିଧାସଳଖ ପକାଇବ ପ୍ରଭାବ। ଏବେ ଗୋଟେ ସଗାରେଟ୍ ପ୍ୟାକେଟ୍ ୨୫୬ ଟଙ୍କାରେ ମିଳୁଛି। ହେଲେ ନୂଆ ଦର ଲାଗୁ ହେବା ପରେ ଏହାର ଦାମ୍ ୨୮୦ ଟଙ୍କା ହେବ। ଯାହାର ଅର୍ଥ ସିଧାସଳଖ ୨୪ ଟଙ୍କା ବଢ଼ିଲା ସିଗାରେଟ୍ ଦର।

ସେହିପରି ଗୁଟଖା, ଜର୍ଦା, ଚୋବାଇ ଖାଉଥିବା ତମ୍ବାଖୁ, ପାନ ମସଲା ଭଳି ଉତ୍ପାଦର ମୂଲ୍ୟ ଦ୍ରୁତ ଗତିରେ ବଢ଼ିବ।

ଫାଷ୍ଟଫୁଡ୍ ଠାରୁ ଆରମ୍ଭ କରି ଚିନି ପାନୀୟ ପର୍ଯ୍ୟନ୍ତ ସବୁକିଛି ଉପରେ ୪୦% ଟିକସ ଲାଗୁ ହେବଫ

ତମାଖୁ ଉତ୍ପାଦ ବ୍ୟତୀତ, ସରକାର ୪୦% ଜିଏଟି ସ୍ଲାବରେ ଅନେକ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ରଖିଛନ୍ତି। ଏଥିରେ ଅନ୍ତର୍ଭୁକ୍ତ –

ଫାଷ୍ଟଫୁଡ୍ ଏବଂ ଜଙ୍କଫୁଡ୍‌
କାର୍ବୋନେଟେଡ୍ ଏବଂ ମିଠା ଯୁକ୍ତ ଖାଦ୍ୟ
ସୁପର ଲଗଜରୀ କାର ଏବଂ ବ୍ୟକ୍ତିଗତ ବିମାନ
ଜରଦା ଏବଂ ଚିନି ଜାତୀୟ ଦ୍ରବ ବା ଜିନିଷ

ଏହା ପଛରେ ଯୁକ୍ତି ହେଉଛି ଯେ ଏପରି ଜିନିଷ ଗୁଡ଼ିକ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଖରାପ ପ୍ରଭାବ ପକାଉଛି। ଏବଂ ସେମାନଙ୍କର ବ୍ୟବହାରକୁ ନିୟନ୍ତ୍ରଣ କରିବା ଆବଶ୍ୟକ।

ଖୁଚୁରା ମୂଲ୍ୟ ଉପରେ ଟିକସର ନୂତନ ନିୟମ
ପୁରୁଣା ବ୍ୟବସ୍ଥାରେ, ଏହି ଉତ୍ପାଦଗୁଡ଼ିକ ଉପରେ ଟିକସ ସେମାନଙ୍କର କାରବାର ମୂଲ୍ୟ ଉପରେ ସ୍ଥିର କରାଯାଇଥିଲା।

କିନ୍ତୁ ବର୍ତ୍ତମାନ ଏହି ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଖୁଚୁରା ବିକ୍ରୟ ମୂଲ୍ୟ ଆଧାରରେ ଟିକସ ଗଣନା କରାଯିବ। ଏହା ଟିକସ ଫାଙ୍କି ରୋକିବାରେ ସାହାଯ୍ୟ କରିବ ଏବଂ କମ୍ପାନୀଗୁଡ଼ିକୁ କଡ଼ାକଡ଼ି ନିୟମ ପାଳନ କରିବାକୁ ପଡିବ।

ଏହା ସହିତ, ସେସ୍ ସହିତ ଜଡିତ ପୁରୁଣା ଋଣ ପରିଶୋଧ ନହେବା ପର୍ଯ୍ୟନ୍ତ, ଏହି ଉତ୍ପାଦଗୁଡ଼ିକ ଉପରେ ଟିକସରେ କୌଣସି ରିହାତି ପାଇବାର ସମ୍ଭାବନା ନାହିଁ।

ଦୁଇଟି ସ୍ଲାବ୍‌ରେ ଶେଷ, ଟିକସ ବ୍ୟବସ୍ଥାକୁ ସରଳୀକରଣ

GST ପରିଷଦ ମଧ୍ୟ ଟିକସ ବ୍ୟବସ୍ଥାକୁ ସରଳ ଏବଂ ସ୍ୱଚ୍ଛ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।

୧୨% ଏବଂ ୨୮% ଟିକସ ସ୍ଲାବ୍ ଉଚ୍ଛେଦ କରାଯାଇଛି। ବର୍ତ୍ତମାନ ଅଧିକାଂଶ ସାମଗ୍ରୀ କେବଳ ୫% କିମ୍ବା ୧୮% ସ୍ଲାବ୍ ରେ ରହିବ। ଏହି ପରିବର୍ତ୍ତନ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କିଛି ଜିନିଷ ଶସ୍ତା କରିପାରେ।

ଏହି ସମ୍ପୂର୍ଣ୍ଣ ନିଷ୍ପତ୍ତି ଗୋଟିଏ ପଟେ ସରକାରଙ୍କ ଟିକସ ସଂଗ୍ରହକୁ ବୃଦ୍ଧି କରିବ। ଅନ୍ୟପଟେ ଏହା ଲୋକମାନଙ୍କୁ ତମାଖୁ, ଫାଷ୍ଟଫୁଡ୍ ଏବଂ ମିଠା ପାନୀୟ ଭଳି କ୍ଷତିକାରକ ଜିନିଷରୁ ଦୂରେଇ ରଖିବାର ଏକ ପ୍ରୟାସ ମଧ୍ୟ ହେବ।