fbpx

ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ

Advertisement

ରାଉରକେଲା, ୨୨ା୧୨ (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଜିଏସଟି ଅଧିକାରୀଙ୍କ ଘରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ଏକାଥରକେ ସମ୍ପୃକ୍ତ ଅଧିକାରୀଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢ଼ାଉ କରିଥିଲା ।

ସୂଚନା ଅନୁଯାୟୀ, ଚଢ଼ାଉ ପରେ ଜିଏସଟି ଆସିଷ୍ଟାଣ୍ଟ ଟ୍ୟାକ୍ସ ଅଫିସର ଅଲେଖ ମହାନନ୍ଦଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତାଙ୍କର ସରକାରୀ ବାସଭବନ ସହିତ ଛେଣ୍ଡ ସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ୪ଟି ଟିମ୍ ଏହି ଚଢ଼ାଉରେ ସାମିଲ ରହିଥିଲେ । ପୂର୍ବରୁ ମଧ୍ୟ ରାଉରକେଲାରୁ ଜିଏସଟି ଠକେଇ ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.