fbpx

ଜିଏସଟି ଦାଖଲ ନକଲେ ବ୍ୟାଙ୍କ ଆକାଉଣ୍ଟ ସହ ଜବତ ହେବ ସମ୍ପତ୍ତି

ଭୁବନେଶ୍ୱର, ୨୭ା୧୨(ଓଡ଼ିଶା ଭାସ୍କର): ଜିଏସଟି ଦାଖଲ ନକଲେ ବ୍ୟାଙ୍କ ଆକାଉଣ୍ଟ ସହ ସମ୍ପତ୍ତି ଜବତ ହେବ ବୋଲି ସୂଚନା ମିଳିଛି । ଏହାସହ ଧାର୍ଯ୍ୟ କରାଯାଇଥିବା ସମୟ ଭିତରେ ରିଟର୍ଣ୍ଣ ଫାଇଲ ନକଲେ ଖିଲାପି ଘୋଷିତ ହେବେ । ଅବଧି ସରିବାର ୫ଦିନ ଭିତରେ ଇଲେକଟ୍ରୋନିକ୍ସ ନୋଟିସ ଜାରି କରାଯିବ । ଏହାପରେ ରିଟର୍ଣ୍ଣ ଦାଖଲ ପାଇଁ ୧୫ଦିନ ଶେଷ ସୁଯୋଗ ମିଳିବ । ଏତତବ୍ୟତୀତ ଖିଲାପିଙ୍କ ତାଲିକା ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦେଶବ୍ୟାପୀ ୧କୋଟି ଜିଏସଟି ଖିଲାପକାରୀ ରିଟର୍ଣ୍ଣ ଦାଖଲ କରିନଥିବା ସୂଚନା ରହିଛି ।

Get real time updates directly on you device, subscribe now.