fbpx

ଏହି ଗରିଲାର ଗାଧୋଇବା ଦେଖି ଆପଣଙ୍କୁ ବି ପିଲାଦିନ କଥା ମନେପଡିବ

କିଛି ଭିଡିଓ ଏପରି ଥାଏ, ଯାହାକୁ ଦେଖିଲେ ଆପଣଙ୍କୁ ପିଲାଦିନର କଥା ମନେପଡିଯାଏ । ଛୋଟ ପିଲାଙ୍କ ଗୁଡି ଉଡାଇବା ହେଉ ବା କ୍ରିକେଟ ଖେଳୁଥିବାର ଦୁଶ୍ୟ ଦେଖିଲେ ପୁଣି ଥରେ ପିଲାଦିନକୁ ଫେରିଯିବାକୁ ଇଛା ହୁଏ । ସେହିପରି ନିକଟରେ ଏକ ଭିଡିଓ ଭାଇରାଲ ହେବରେ ଲାଗିଛି, ଯାହା ଆପଣଙ୍କୁ ପୁଣିଥରେ ପିଲାଦିନକୁ ନେଇଯିବ । ସୁଶାନ୍ତ ନନ୍ଦ ନାମକ ଜଣେ ଆଇଏଫଏସ କର୍ମଚାରୀ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଗୋଟିଏ ଗରିଲା ପାଣି ଭରା ଏକ ପ୍ଲାଷ୍ଟିକ କୁଣ୍ଡ ଭିତରେ ଗାଧୋଇଥିବାର ଦେଖିବାକୁ ମିଳିଛି । ପାଣିଭିତରେ ଗରିଲାଟି ବହୁତ ଖୁସିରେ ବୁଲି ବୁଲି ନାଚୁଛି । ଲୋକମାନେ ବି ଗରିଲାର ଗାଧୋଇବା ଷ୍ଟାଇଲକୁ ବହୁତ ପସନ୍ଦ କରିଛନ୍ତି । ତେବେ ଆସନ୍ତୁ ଦେଖିବା ଏହି ଭିଡିଓ..

Get real time updates directly on you device, subscribe now.