fbpx

ରଜ ଦୋଳିକୁ ନେଇ କଣ ରହିଛି ବିଏମସିର କଟକଣା?

ଭୁବନେଶ୍ୱର,୧୩ ।୬(ଓଡିଶା ଭାସ୍କର): ରାତି ପାହିଲେ ରଜ । କିନ୍ତୁ କରୋନା ପାଇଁ ନିରାଡମ୍ବରରେ ପାଳିତ ହେବ ରଜ ପର୍ବ । ଏନେଇ ଅନେକ ଅଞ୍ଚଳରେ କଡା କଟକଣା ଲାଗୁ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ କରୋନା ମୁକାବିଲା କରିବା ପାଇଁ ବିଏମସି ପକ୍ଷରୁ ମଧ୍ୟ ଗାଇଡଲାଇନ୍ ଜାରି ହୋଇଛି ।


ଗାଇଡ୍ ଲାଇନ୍ ମୁତାବକ, ବାହାରେ ଏକାଠି ହେବା ଓ ଉତ୍ସବ ମନାଇବା ଉପରେ କଟକଣା ଜାରି ହୋଇଛି । ଏକାଠି ରଜ ଦୋଳି ଓ ତାସ ଖେଳିବା ଉପରେ କଟକଣା ଲାଗୁ ହୋଇଛି । ସମସ୍ତ ଦୋକାନରେ ସାମାଜିକ ଦୂରତା ରକ୍ଷା କରବିକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ କଲେ ଦୋକାନକୁ ସିଲ କରାଯିବ ବୋଲି ଦୋକାନକୁ ସିଲ କରିବ ବିଏମସି । ଆବଶ୍ୟକ ପଡିଲେ ଦୋକାନର ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିୟମ ଲାଗୁ ହୋଇଛି । ଏହା ସହ ମାସ୍କ ନ ପିନ୍ଧି ବାହାରକୁ ବାହାରିଲେ ଫାଇନ୍ ଆଦାୟ ହେବ । ସେହିପରି ମାସ୍କ ନ ପିନ୍ଧି ଗ୍ରାହକଙ୍କୁ ଦୋକାନକୁ ପ୍ରବେଶ ମନା ହୋଇଛି ।

Get real time updates directly on you device, subscribe now.