fbpx

ରାହୁଲ ଗାନ୍ଧୀଙ୍କୁ ଝଟକା: ‘ମୋଦୀ ସରନେମ୍’ ମାମଲାରେ ମିଳିଲାନି ଆଶ୍ବସ୍ତି, ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ‘ମୋଦୀ ସରନେମ୍’ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲାଗିଛି ବଡ଼ ଝଟକା। ଏହି ମାମଲାରେ ପୁନର୍ବିଚାର କରିବାକୁ ରାହୁଲଙ୍କ ଆବେଦନ ଉପରେ ସୁରତ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। ଏହି ମାମଲାରେ କୋର୍ଟ ଛୁଟି ପରେ ଶୁଣାଣି କରିବାକୁ ଜଷ୍ଟିସ ହେମନ୍ତ ପ୍ରଚ୍ଛକ କହିଛନ୍ତି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ରିହାତି ପ୍ରଦାନ କରିବାକୁ କୋର୍ଟ ମନା କରି ଦେଇଛନ୍ତି।

ରାହୁଲ ଗାନ୍ଧୀ ସୁରତ କୋର୍ଟର ନିଷ୍ପତ୍ତି ବିରୋଧରେ ୨୫ ଏପ୍ରିଲରେ ଗୁଜୁରାଟ ହାଇକୋର୍ଟ ଦ୍ୱାରସ୍ତ ହୋଇଛନ୍ତି। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ଆବେଦନ ଶୁଣାଣି ସମୟରେ ଗୁଜୁରାଟ ହାଇକୋର୍ଟ କହିଛନ୍ତି ଯେ ତାଙ୍କୁ କୌଣସି ପ୍ରକାରେ ଆରାମ ଦିଆଯାଇପାରିବ ନାହିଁ । ଗ୍ରୀଷ୍ମ ଛୁଟି ପରେ ଆମେ ଏହି ବିଷୟରେ ଏକ ରାୟ ଦେବୁ । ରାହୁଲ ଗାନ୍ଧୀ ସୁରତ କୋର୍ଟର ନିଷ୍ପତ୍ତି ବିରୋଧରେ ୨୫ ଏପ୍ରିଲରେ ଗୁଜୁରାଟ ହାଇକୋର୍ଟରେ ଅପିଲ କରିଥିଲେ ।

ସୁତର କୋର୍ଟ ରାହୁଲଙ୍କୁ ଏହି ମାମଲାରେ ଦୁଇ ବର୍ଷ ଦଣ୍ଡ ଦେବା ପରେ ସେ ଲୋକସଭା ସଦସ୍ୟତା ହରାଇଛନ୍ତି । ସଦସ୍ୟତା ହରାଇବାର କିଛି ଦିନ ପରେ ତାଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ଛାଡ଼ିବାକୁ ପଡ଼ିଥିଲା । ବଙ୍ଗଳ ଛାଡ଼ିବା ସମୟରେ ରାହୁଲ କହିଥିଲେ କି ତାଙ୍କୁ ସତ କହିବାର ଫଳ ମିଳିଛି, ତେବେ ସେ ଆଗକୁ ମଧ୍ୟ ଏହିପରି ସତ କହିବା ଜରି ରଖିବେ । ଏଥିପାଇଁ ତାଙ୍କୁ କୋଣସି ବି ପରିଣାମ ଭୋଗିବାକୁ ପଡ଼ୁ ।

Get real time updates directly on you device, subscribe now.