ସେବେ ପୁରୀର ବ୍ୟକ୍ତି ଏବେ ଗୁଜୁରାଟର..ଚଷମାରେ ହିଡେନ କ୍ୟାମେରା ଲଗାଇ ଉଠାଉଥିଲେ ଜଗନ୍ନାଥଙ୍କ ଫଟୋ, ଧରିଲା ସିଂହଦ୍ବାର ଥାନା ପୋଲିସ

ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ୍‌ କ୍ୟାମେରା ଯୁକ୍ତ ଚଷମା ।

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା। ଗୁଜରାଟର ଜଣେ ଭକ୍ତକୁ ଧରିଲା ସିଂହଦ୍ବାର ଥାନା ପୋଲିସ ।

କୀର୍ତ୍ତନଚକଡ଼ା ନିକଟରୁ ଧରାପଡ଼ିଲା ହିଡେନ୍‌ କ୍ୟାମେରା । ଚଷମାରେ ହିଡେନ୍‌ କ୍ୟାମେରା ଲଗାଇ ଫଟୋ ଉଠାଉଥିଲେ ବ୍ୟକ୍ତି । ତେବେ ସେ ଗୁଜୁରାଟର ବୋଲି ଜଣାପଡ଼ିଛି ।

ପ୍ରକାଶଥାଉକି, ପୁରୀର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ କାର୍ଯ୍ୟ ପାଇଁ ଧରାପଡ଼ିଥିବା ବେଳେ ଏବେ ଗୁଜୁରାଟର ବ୍ୟକ୍ତିଜଣକ ଏପରି କାର୍ଯ୍ୟ କରିଛନ୍ତି । ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟକ୍ତି ଜଣକ ଗୁଜରାଟର ବିପୁଲ୍ ପଟେଲ ବୋଲି ଜଣାପଡ଼ିଛି । ତେବେ ସେ ସ୍କାଏ କ୍ୟାମେରା ଲଗାଇ କାହିଁକି ମନ୍ଦିର ଭିତରକୁ ଯାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ପୋଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

କହିରଖୁଛୁକି, ଏକ ସପ୍ତାହ ପୂର୍ବରୁ ପୁରୀ ଗଜପତି ନଗରର ଜଣେ ଯୁବକ ନିଜ ଚଷମାରେ ସ୍ପାଏ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ପୋଲିସ ତାଙ୍କୁ ଧରିବା ପରେ ତାଗିଦ କରି ଫଟୋ ଭିଡିଓ ଡିଲିଟ କରି ଛାଡିଦେଇଥିଲା । ତେବେ ଏହି ଘଟଣାର ପୁନରାବୃତ୍ତି ହେବା ପରେ କିପରି ଚେକିଂ ହେଉଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।