fbpx
BSKY SKY
BSKY SKY

ସଂକଟରେ ଗୁଜୁରାଟ ଟାଇଟନ୍ସ: ସଡ଼କ ଦୁର୍ଘଟଣାର ଶିକାର ହେଲେ ଷ୍ଟାର କ୍ରିକେଟର

BSKY

ନୂଆଦିଲ୍ଲୀ: ଆଇପିଏଲ ପୂର୍ବରୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ଏକ ବଡ଼ ଝଟକା । ଦଳର ଯୁବ କ୍ରିକେଟର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ବାଇକରେ ଘରକୁ ପେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ରବିନ୍ ମିଞ୍ଜ । ରବିନ୍ ନିଜ କାୱାସାକି ସୁପର ବାଇକରେ ଯାଉଥିବା ସମୟରେ ଅନ୍ୟ ଏକ ବାଇକ ସହ ତାଙ୍କର ଧକ୍କା ହୋଇଛି । ତେବେ ବର୍ତ୍ତମାନ ସେ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଆଇପିଏଲ-୨୦୨୪ ଅକ୍ସନରେ ରବିନଙ୍କୁ ଦଳରେ ସାମିଲ କରିଥିଲା ଗୁଜୁରାଟ ଟାଇଟନ୍ସ ।

ଡାକ୍ତରଙ୍କ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ, ରବିନ ବିଶେଷ ଆଘାତପ୍ରାପ୍ତ ହୋଇନାହାନ୍ତି । ତାଙ୍କ ବାଇକ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରବିନ ସାମାନ୍ୟ ଆହତ ହୋଇଛନ୍ତି । ରବିନଙ୍କ ବାପା ଫ୍ରାନ୍ସିସ କହିଛନ୍ତି ଯେ, ରବିଙ୍କ ସ୍ଥିତି ଗମ୍ଭୀର ନାହିଁ ଏବଂ ସେ ବର୍ତ୍ତମାନ ଡାକ୍ତରଙ୍କ ନଜରରେ ରହିଛନ୍ତି । ରବିନଙ୍କ ଡାହାଣ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ତାଙ୍କ ବାପା ସୂଚନା ଦେଇଛନ୍ତି ।

ରବିନଙ୍କ ପିତା ରାଞ୍ଚି ବିମାନବନ୍ଦରରେ ଜଣେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟରତ ଅଛନ୍ତି। ଦିନେ ଭାରତର ପୂର୍ବତନ ଅଧିନାୟକ ଧୋନୀଙ୍କୁ ଦେଖି ସେ ରବିନଙ୍କ ବିଷୟରେ କହିଥିଲେ । ତେବେ ଦୋନୀ ମଧ୍ୟ ରବିନଙ୍କ ପିତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ଆଇପିଏଲ ୨୦୨୪ ନିଲାମରେ କେହି ତାଙ୍କୁ ନ କିଣନ୍ତି, ତେବେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଦଳରେ ସାମିଲ କରିବ। ଅକ୍ସନରେ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ରବିନଙ୍କ ପାଇଁ ଟେଣ୍ଡର ଡାକିଥିଲେ। ଏହି ଫ୍ରାଞ୍ଚାଇଜ୍ ବିଡ୍ କୁ ୧.୨୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲା କିନ୍ତୁ ପରେ ଏଥିରୁ ଓହରି ଯାଇଥିଲା ଚେନ୍ନାଇ । ପରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ବିଡ୍ ଲାଗିଥିଲା । ଶେଷରେ ଗୁଜୁରାଟ ଟାଇଟନ୍ସ ତାଙ୍କୁ ୩.୬ କୋଟି ଟଙ୍କାରେ ଦଳରେ ସାମିଲ କରିପାରିଛି ।

Get real time updates directly on you device, subscribe now.